csstore

ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ତୃତୀୟ ଦିନରେ : ଟିଟିଲାଗଡରେ ରୋଗୀ ସେବା ବିପର୍ଯ୍ୟସ୍ତ , ସେଥିପାଇଁ ନର୍ସ ହେଉଛନ୍ତି ଆକ୍ରୋଶର ଶିକାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଜୁଲାଇ ଏକ ତାରିଖରୁ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତରଖାନା ମାନଙ୍କରେ ଡାକ୍ତରମାନଙ୍କ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଆଜିକୁ ତିନି ଦିନ ହେଲା କାର୍ଯ୍ୟ ବନ୍ଦ ଡାକରା ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଡାକ୍ତରଙ୍କ ସ୍ଥାନରେ ଆୟୁଷ ଡାକ୍ତର ରୋଗୀଙ୍କୁ ଦେଖୁଛନ୍ତି ଯାହାକି ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଅସମର୍ଥ । ଆୟୁସ ଡାକ୍ତର ଗର୍ଭବତୀ ମହିଳା, ଶିଶୁ ତଥା ଗମ୍ଭୀର ରୋଗୀଙ୍କ ଚିକିତ୍ସା କରିବାରେ ସକ୍ଷମ ନୁହଁନ୍ତି । ସେମାନେ ଏଲୋପାଥିକ ଔଷଧ ଲେଖିବାର ଅଧିକାର ନାହିଁ ତାହେଲେ ରୋଗୀ ସେବା ପାଇବେ କିପରି ? ବୁଧବାର, ଗୁରୁବାର ଓ ଶୁକ୍ରବାର ତିନି ଦିନ ହେବ ବହୁତ ରୋଗୀ ଚିକିତ୍ସା ନ ପାଇ ଫେରି ଯାଉଛନ୍ତି । ଡାକ୍ତରଙ୍କ ଅନୁପସ୍ଥିତିରେ ନିଜେ ଏସଡିଏମଓ ପି କେ ନାଏକ ଇଣ୍ଡୋର ରାଉଣ୍ଡ ଡ୍ୟୁଟି କରିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ଏବଂ ଶିଶୁ ୱାର୍ଡ଼ରେ ରାଉଣ୍ଡ ଦିଆଯାଇନାହିଁ । ତେବେ ନର୍ସମାନଙ୍କ ହାତରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଚାଲିଛି । ତେବେ ତିନି ଦିନରେ କେବଳ ନର୍ସ ମାନେ ତିନୋଟି ଗର୍ଭବତୀ ମହିଳାଙ୍କୁ ସାଧାରଣ ପ୍ରସବ କରାଇଥିବା ବେଳେ ଅସ୍ତ୍ରୋପଚାର ପାଇଁ ଆସିଥିବା ଗର୍ଭବତୀ ମହିଳାମାନେ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଉଛି । ଯେଉଁମାନେ ବଲାଙ୍ଗିରକୁ ଯାଉନାହାନ୍ତି ପ୍ରାଇଭେଟ୍ ନର୍ସିଙ୍ଗ ହୋମକୁ ଯାଇ ଖର୍ଚ୍ଚାନ୍ତ ହେବା ସାର ହେଉଛି । ଡାକ୍ତରଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ଯଦି ନଦେବେ ତାହେଲେ ରୋଗୀ ଭଗବାନ୍ ଏବଂ ଟଙ୍କା ଭରସାରେ ରହିବା ସାର ହେବ । ଅପର ପକ୍ଷରେ ସରକାର କାର୍ଯ୍ୟ ବନ୍ଦ ଦେଇଥିବା ଡାକ୍ତରଙ୍କ ବିରୋଧରେ ତାଙ୍କର ସ୍ଥାୟୀ ଡାକ୍ତରଙ୍କ ଦରମା ବନ୍ଦ ଓ ଚୁକ୍ତି ଭିତ୍ତିକ ଡାକ୍ତରଙ୍କ ବିରୁଦ୍ଧରେ ବହିଷ୍କାର ନିର୍ଦ୍ଦେଶ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ପତ୍ର ଜାରି କରାଯାଇଛି । ସରକାର ଯଥା ଶୀଘ୍ର ଏ ଦିଗରେ କିଛି ସମାଧାନର ବାଟ ବାହାର ନ କଲେ ରୋଗୀ ହଇରାଣ ହେବା ସହ ଜୀବନ ହରେଇବା ଭଳି ସ୍ଥିତି ଉପୁଜିବ ।

jayashree
Leave A Reply

Your email address will not be published.