
ବଙ୍ଗୋମୁଣ୍ଡାରେ ସ୍କୁଟି ଛଡ଼ାଇ ନେବା ଅଭିଯୋଗ, ଥାନାରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା
ବଲାଙ୍ଗିର, (କେପିଏନ୍ଏସ୍) : ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଛଡ଼ାଇ ନେବା ଅଭିଯୋଗକୁ ନେଇ ନ୍ୟାୟ ଦାବିରେ ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା କିରଣ ଭୋଇ । ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୫ ସେପ୍ଟେମ୍ବର ୧ ତାରିଖରେ ବଙ୍ଗୋମୁଣ୍ଡା ଗୋଲାଇ ଛକ ନିକଟରେ ତାଙ୍କ ସ୍କୁଟିକୁ କିଛି ବ୍ୟକ୍ତି ଜବରଦସ୍ତି ଛଡ଼ାଇ ନେଇଥିଲେ । ଏନେଇ ସେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଥାନାରୁ ନ୍ୟାୟ ନମିଳିବାରୁ ଶେଷରେ ସେ ବଲାଙ୍ଗିର ଏସ୍ପିଙ୍କ ନିକଟରେ ଫେରାଦ ହୋଇ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଥିଲି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି । ସେଥିପାଇଁ ନ୍ୟାୟ ଆଶାରେ ଆଜି ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛି ।
