csstore

ଗୋଇମୁଣ୍ଡରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : “ପ୍ରମେୟ ନ୍ୟୁଜ୍ ସେଭେନ” କଣ୍ଟାବାଞ୍ଜି ପ୍ରତିନିଧି ଓ ଦୈନିକ “ସମାଜ”ଖବର କାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଆଜି ତାଙ୍କ ନିଜ ଗାଁ ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ଗାଁରେ ଥିବା କଲ୍ୟାଣ ମଣ୍ଡପ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ଗତ ଜୁନ ୨୧ ତାରିଖ ଦିନ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ବାପା ଜଳଧର ଭୋଇ, ମାଆ ପଦ୍ମାବତୀ ଭୋଇ, ସ୍ତ୍ରୀ ଦେବକୀ ଭୋଇ, ୧୫ ବର୍ଷର ଝିଅ ଲିପ୍‌ସାରାଣୀ ଭୋଇ ଓ ୧୨ ବର୍ଷର ଝିଅ ଲିଲିମା ଭୋଇ ଉପସ୍ଥିତ ରହିଥିଲେ । ତାଙ୍କ ସ୍ମୃତିଚାରଣ କରିବା ସମୟରେ କାନ୍ଦ ବୋବାଲିରେ ଫାଟି ପଡିଥିଲା ପୁରା ପରିବେଶ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ରାଷ୍ଟ୍ର ଭାରତୀର ପ୍ରତିଷ୍ଠାତା ସୁରଥ ବେହେରା, ବରିଷ୍ଠ ବିଜେଡି ନେତା ଅଜିତ କୁମାର ଯୋଶୀ, ଆଦିବାସୀ ନେତା ସୁରେଶ ଭୋଇ, ବରିଷ୍ଠ ସାମ୍ବାଦିକ ଗୁରୁଦୟାଲ ହଂସ, ଜୀବନାନନ୍ଦ ମହାନ୍ତି, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସଭାପତି ମୋହନ ସୋନି, କଣ୍ଟାବାଞ୍ଜି ପ୍ରେସ କ୍ଲବର ସଭାପତି ପ୍ରଭିଜିତ ସିଂ ସାଲୁଜା, ସାମ୍ବାଦିକ ପୁଷ୍ପକେତୁ ବେହେରା, ଅନ୍ତିମ ପାଣିଗ୍ରାହୀ, ଗୋଇମୁଣ୍ଡ ଦୁର୍ଗାପୂଜା କମିଟି ସଭାପତି ଅକ୍ଷୟ ସାହୁ, କୋଶଳୀ କବି ଭକ୍ତବନ୍ଧୁ ସାହୁ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଟିଟିଲାଗଡ଼ ସାମ୍ବାଦିକ ଅଶୋକ ତ୍ରିପାଠୀ, ସାମ୍ବାଦିକ ସୁରଦାସ ବାଗ, ଈଶ୍ୱର ଭୋଇ, ବଙ୍ଗୋମୁଣ୍ଡା ଓଡିଶା ଜୀବିକା ମିଶନର ବିପିଏମ ଡଃ ସତ୍ୟପ୍ରିୟ ବେହେରା, ମହାଦେବ ମାଝୀ, ରାଧେଶ୍ୟାମ ମେହେର, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବିଜେପି ନେତା ନରସିଂହ ଥନାପତି, କଣ୍ଠଶିଳ୍ପୀ ରେଣୁରଞ୍ଜନ ବାଗ, ତେଜୁରାମ ବାଗ, ଲେଖାରାମ ଭୋଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଭୋଇଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ସେ ଜଣେ ସରଳ, ପରୋପକାରୀ ଅମାୟିକ ବ୍ୟକ୍ତିଥିଲେ । ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହରାଇଲା ଯାହା ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଭା ପୂର୍ବରୁ ସାମ୍ବାଦିକ, ରାଜନେତା, ଶୁଭେଚ୍ଛୁ, ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ପରିବାର ବର୍ଗମାନେ ଉପସ୍ଥିତ ରହି ସ୍ୱର୍ଗତ ଭୋଇଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡଃ ନାରାୟଣ ମିଶ୍ର ସଂଯୋଜନା କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସଂପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଉପ ସଭାପତି ସୁଶାନ୍ତ ବେହେରା, ରାଧେଶ୍ୟାମ ମେହେର, ଉପ ସଭାପତି ଅନିଲ ତ୍ରିପାଠୀ, ସୁଶାନ୍ତ ଥନାପତି, ସ୍ୱେଚ୍ଛାସେବୀ ପ୍ରଭୁଲାଲ ବେହେରା ପ୍ରମୁଖଙ୍କ ସହ ବଙ୍ଗୋମୁଣ୍ଡା, ସିନ୍ଧେକେଲା, ମୁରିବାହାଲ, କଣ୍ଟାବାଞ୍ଜି, ତୁରେକେଲା, ଖଡ଼ିଆଳ, ଟିଟିଲାଗଡ଼ ଓ ବଲାଙ୍ଗିର ଅଞ୍ଚଳର ସାମ୍ବାଦିକମାନେ ସହଯୋଗ କରିଥିଲେ । ଶତାଧିକ ଲୋକେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.