csstore

ଚାକିରି ଦେବା ନାଁରେ ବଡ଼ ଠକେଇ

ବରଗଡ, (ମୁନ୍ନା ସାହୁ) : ଚାକିରି ଦେବା ନାଁରେ ବଡ଼ ଠକେଇ । ଷ୍ଟିଲ କମ୍ପାନୀରେ କାମ କରିବାକୁ କହି ଡାକିଲେ ଆଉ ଆସିବା ପରେ ମାର୍କେଟିଂ କାମ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଯୁବକ ଯୁବତୀ । ଏହି ସଂସ୍ଥା ଠକ ବୋଲି ଜାଣିବା ପରେ ଯୁବକ ଓ ଯୁବତୀମାନେ ବରଗଡ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଚାକିରି ଦେବାକୁ କହି କାହାଠାରୁ କୋଡ଼ିଏ ହଜାର, କାହାଠାରୁ ୨୪ ହଜାର ତ ଆଉ କାହା ଠାରୁ ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଷ୍ଟିଲ ପ୍ଲାଣ୍ଟରେ କାମ ଦେବୁ କହି ଚେନ୍ ମାର୍କେଟିଙ୍ଗ କାମର ଟ୍ରେନିଂ ଦେଇ ହଷ୍ଟେଲରେ ନିର୍ଯ୍ୟାତନା ଦେଉଥିବା କଥା ମଧ୍ୟ କହିଛନ୍ତି ଯୁବକ ଯୁବତୀ । ଏବେ ପାଖରେ ଟଙ୍କା ନଥିବାରୁ କ’ଣ କରିବେ କେମିତି ଘରକୁ ଯିବେ ସେନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି । ତେବେ ଘଟଣାରେ ଏକ ରାକେଟ କାମ କରୁଥିବା ଯୁବକ ଯୁବତୀମାନେ ଅଭିଯୋଗ କରୁଥିବା ବେଳେ କେବେ ପୋଲିସ ଘଟଣାର ଖୁଲାସା କରିବ ତାହା ଉପରେ ନଜର । ତେବେ ଏନେଇ ପୋଲିସ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

jayashree
Leave A Reply

Your email address will not be published.