csstore

ଛତ୍ରପୁର ବ୍ଲକ୍ ପକ୍ଷରୁ “ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ” ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ଭାଜପା ସରକାର ଅଥବା ମୋହନ ମାଝୀଙ୍କ ସରକାର ଦାୟିତ୍ଵ ନେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡ଼ିଶା ସାରା” ଭାବେ ବିଭିନ୍ନ ସ୍ଥାନରେ ବହୁ ରୂପରେ ବିବିଧ କାର୍ଯ୍ୟକ୍ରମମାନ ଚାଲିଛି । ଏହାକୁ ଆହୁରି ସଫଳ ରୂପାୟନ ଦେବା ଲାଗି ଗୁରୁବାର ଛତ୍ରପୁର ପଞ୍ଚାୟତ ସମିତି ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ (ଏମ୍.ଏସ୍.ଏମ୍.ଇ.) ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ନିକଟସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଉଭୟ ବିଭାଗର ସ୍କିମ୍, ଟ୍ରେନିଂ ଓ ନିଯୁକ୍ତି ପରାମର୍ଶ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଏସ୍‌. ଶାରଦା ରେଡ୍ଡୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ଭୁବନେଶ୍ୱର ମହାପାତ୍ର ଏବଂ ସମସ୍ତ ପିଆର୍‌ଆଇ ମେମ୍ବର ଯୋଗଦେଇଥିଲେ । ଓଡିଶା ସରକାରଙ୍କ ଉଭୟ ବିଭାଗ ଅନ୍ତର୍ଗତ ସମସ୍ତ ଯୋଜନାର ପ୍ରତିଛବି ସହ ସମସ୍ତ ବିବରଣୀ ଚିତ୍ରଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଶହ ଶହ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ ଦକ୍ଷତା, ନିଯୁକ୍ତି ସମ୍ବନ୍ଧରେ ଜିଲ୍ଲା ନିଯୁକ୍ତି ଅଧିକାରୀ ଭୁବନେଶ୍ୱର ମହାପାତ୍ର ଏବଂ ଛତ୍ରପୁର ବ୍ଲକର ସହକାରୀ ଶିଳ୍ପ ଅଧିକାରିଣୀ ପ୍ରଭାତୀ ମହାପାତ୍ର ଓ ମୁଖ୍ୟାଳୟ ସହକାରୀ ଶିଳ୍ପ ଅଧିକାରୀ ଦେବାଶିଷ ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗର ସମସ୍ତ ଯୋଜନା ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଶେଷରେ ବ୍ଲକ ଅର୍ଥ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଅତିଥିଙ୍କ ସମେତ ଉପସ୍ଥିତ ଥିବା ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.