jayashree

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ସେକ୍ଟର ୧୭ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାସିକିଆ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ୱ ଓ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ସାହିତ୍ୟରେ ବର୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଉଭୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ବର୍ଷାର ଆଗମନ, ବର୍ଷା ଋତୁର ସୌନ୍ଦର୍ଯ୍ୟବୋଧ, ଚାଷୀ ଭାଇର ମିତ, ବର୍ଷାକୁ ନେଇ କିପରି ସାହିତ୍ୟିକ କବିମାନଙ୍କର କଲମ ଚଳଚଞ୍ଚଳ ହୁଏ ତଥା ବିଭିନ୍ନ ସାହିତ୍ୟିକଙ୍କ ଲେଖନୀ ଚାଳନାରେ ସାହିତ୍ୟ କିପରି ଉଦବୁଦ୍ଧ ହୋଇଛି । ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ପରେ ପୁଷ୍ପାରାଣୀ ପଟେଲ ଏକ ଅଣୁ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ବାପା ସମ୍ପର୍କିତ କବିତା ପାଠ କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲାବେଳେ କବି ଅର୍ଚ୍ଚନା ପାତ୍ର କବିତା ଗୁଡ଼ିକ ସଂଯୋଜନା କରିଥିଲେ । ସର୍ବଶ୍ରୀ ତ୍ରିଲୋଚନ ମଥାନ, ହରମୋହନ ମିଶ୍ର, ମୀନକେତନ ପଶାୟତ, ବିଜୟିନୀ ଜେନା, କୁଞ୍ଜବିହାରୀ ରାଉତ, ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ଗଙ୍ଗାଧର ପୁହାଣ, ଅଶୋକ କୁମାର ପଟ୍ଟନାୟକ, ଅର୍ଚ୍ଚନା ପାତ୍ର ପ୍ରମୁଖ ବାପା ସମ୍ପର୍କିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ କଥନ ଓ ଶିକ୍ଷାବିତ ସୌମ୍ୟପ୍ରସାଦ ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶାଖାର ଉପସଭାପତି ପ୍ରବୀର କୁମାର ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ସସ୍ମିତା ପ୍ରଧାନ, କୈଳାଶ ଚନ୍ଦ୍ର ମାହାଳୀ, ଗଣେଶ ଜୟସିଂହ, ରମେଶ ମହନ୍ତ, ଲୀଳାବତୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.