
ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ଼ର ସୁପରିଚିତ ଢାପ୍ ନୃତ୍ୟଶିଳ୍ପୀ ଶର୍ମିଷ୍ଠା ପ୍ରିୟଦର୍ଶନୀ ପଟ୍ଟନାୟକ ଅନେକ ସ୍ଥାନରେ ନିଜର ନୃତ୍ୟ ପ୍ରଦର୍ଶନ କରି ସଫଳତା ପାଇଛନ୍ତି । ସେ +୨ ସୋନପୁର ମହିଳା ମହାବିଦ୍ୟାଳୟରେ ଶେଷ କରିବା ପରେ, ବର୍ତ୍ତମାନ ଭଇଁସାରେ +୩ ଶ୍ରେଣୀରେ ଅଧ୍ୟୟନରତ । ପଶ୍ଚିମ ଓଡିଶାର ବିଶିଷ୍ଟ ଲୋକ ନୃତ୍ୟ ଢାପ୍ ମାଧ୍ୟମରେ ସେ ଅନେକ ପ୍ରଶଂସା ପାଇଛନ୍ତି । ଏଥିରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ସହଯୋଗ ରହିଛି । ପଶ୍ଚିମ ଓଡିଶାର ଲୁପ୍ତପ୍ରାୟ ଲୋକନୃତ୍ୟ କଳା ସଂସ୍କୃତିକୁ ବଞ୍ଚେଇବା ପାଇଁ ଅନେକ ପ୍ରୟାସ କରୁଛନ୍ତି । ପଶ୍ଚିମ ଓଡ଼ିଶା ଏକ ଲୋକପ୍ରିୟ ନୃତ୍ୟ ହେଉଛି ଢାପ୍, ଯାହାର ଅନେକ ଇତିହାସ ରହିଛି, ଏହାର ଉପରେ ଅନେକ କାର୍ଯ୍ୟ କରିବି ବୋଲି ସେ ଦୃଢ ନିଷ୍ପତ୍ତି ନେଇଛନ୍ତି । ସେ ଏହି ନୃତ୍ୟ ପରିବେଷଣ କରି ଅନେକ ମଞ୍ଚରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ଏକ ନୃତ୍ୟ ଅନୁଷ୍ଠାନ ଖୋଲିଛନ୍ତି ଯାହାର ନାଁ ହେଉଛି ରେଡ୍ ବ୍ଲୁ । ଶର୍ମିଷ୍ଠା ପ୍ରିୟଦର୍ଶନୀ ପଟ୍ଟନାୟକଙ୍କର ସଫଳତା ପାଇଁ ପାଟଣାଗଡର ବରିଷ୍ଠ କଳାକାର ତଥା ଅଂଚଳର ଅନେକ କଳାକାରମାନେ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏବଂ ତାଂକର ଉତ୍ତରୋତ୍ତର କାମନା ପାଇଁ ମା’ ପାଟଣେଶ୍ଵରୀ ଓ ମା’ ସମଲେଇକୁ ପ୍ରାର୍ଥନା କରିଛନ୍ତି ।
