csstore

ରୋଟାରୀ କ୍ଲବର ସାମାଜିକ ପ୍ରତିବଦ୍ଧତା ଅନନ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ସମଗ୍ର ବିଶ୍ୱ ତଥା ଭାରତବର୍ଷରେ ସମାଜସେବା, ସାମାଜିକ ଅଙ୍ଗିକାର ବଦ୍ଧତା, ପୋଲିଓ ମୁକ୍ତ ଦେଶ, ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା, ପରିବେଶ ସୁରକ୍ଷା, ଶିକ୍ଷା ପ୍ରତି ସମର୍ପିତ ବିଶ୍ୱର ସର୍ବବୃହତ ଏନ୍‌ଜିଓ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି କ୍ରମରେ ଜିଲ୍ଲା ୩୨୬୧ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲାମ ସିଂ ରୂପ୍ରା, ଏକେଏସ୍‌ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ଦୀପ୍ତି ରଞ୍ଜନ ପଟ୍ଟନାୟକ, ଡିଷ୍ଟ୍ରିକ୍ଟ ସାଧାରଣ ସମ୍ପାଦକ ଅଜୟ ଅଗ୍ରୱାଲ, ଫାଷ୍ଟ ଲେଡି ହରପାଲ ରୂପ୍ରା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ରୋଟାରୀ କ୍ଲବ ୧୨୧ ବର୍ଷର ଅନୁଷ୍ଠାନ । ଏଠାରେ ୨୧ ବର୍ଷ ଧରି ସମାଜରେ ସେବା ଯୋଗାଇ ଦେଇ ଆସୁଥିବା ବେଳେ ରାୟପୁରରେ ଥିବା ସତ୍ୟସାଇ ହସ୍ପିଟାଲରେ ନବଜାତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସେବା ଯୋଗାଇ ଆସୁଛି । ଯେଉଁଥିରେ ପ୍ରାୟ ୫ ହଜାର ଶିଶୁଙ୍କୁ ସେବା ଯୋଗାଇ ଦିଆଯାଇଛି । ରାଉରକେଲାରେ ରୋଟାରୀ କ୍ଲବର ୧୩ଟି କ୍ଲବ ମାଧ୍ୟମରେ ବିଭିନ୍ନ ଜନହିତକର କାର୍ଯ୍ୟ କରିଚାଲିଛି । ଯେପରିକି ପିଙ୍କ୍ ଅଟୋର ପୁନରୁଦ୍ଧାର ମାଧ୍ୟମରେ ୧୩ ଜଣ ହିତାଧିକାରୀଙ୍କୁ ସ୍ୱାବଲମ୍ବୀ କରିବା, ସମାଜରେ ସଚେତନତା ସୃଷ୍ଟି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଦାୟିତ୍ଵ ସମ୍ପାଦନ କରାଯାଉଛି । ସେହିପରି ବିଶ୍ୱାସନୀୟତାକୁ ପ୍ରାଥମିକତା ସହ ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରତିଜ୍ଞା ଓ ପ୍ରେରଣା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ରୋଟାରୀ କ୍ଲବ ନିଜର ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତାକୁ ବଜାୟ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ସମ୍ପାଦିକା ରୁଚିକା ଅଗ୍ରୱାଲ, ଜିଲ୍ଲା ପ୍ରଶାସନିକ ସମ୍ପାଦିକା କନକଜିତ ଅଗ୍ରୱାଲ, ଜିଲ୍ଲା ସହଯୋଗୀ ସମ୍ପାଦିକା ଅର୍ଚ୍ଚନା ମହାନ୍ତି ଓ ଜିଲ୍ଲା ମିଡିଆ ସଂଯୋଜକ ଗଣେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.