
ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ୨୦୨୬ ଏସିଆନ୍ ଚାମ୍ପିୟନ୍ସିପ୍ ପାଇଁ ଯୋଗ୍ୟ ବିବେଚିତ ଏବଂ ଛାତ୍ର ଶ୍ରେୟାଂଶ ସାହୁ ସର୍ବଭାରତୀୟ ସ୍ତରରେ ଓଡ଼ିଶାର କରିବେ ପ୍ରତିନିଧିତ୍ୱ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ -ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅମିୟ ପ୍ରଧାନ ଗୁଜୁରାଟ ଅହମ୍ମଦାବାଦ ଠାରେ ୩୧/୫/୨୬ ଠାରୁ ୪/୬/୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୫ତମ ଆଧୁନିକ ପେଣ୍ଟାଥଲନ୍ ଜାତୀୟ ଚାମ୍ପିୟନ୍ସିପ୍ ଶାଖା ୨୦୨୬ ବାୟାଥଲ୍ ଇଭେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସିନିୟର ବିଭାଗରେ ବ୍ରୋଞ୍ଜ୍ ପଦକ ହାସଲ କରି ବିଶ୍ଵ ଏସିଏନ୍ ଚାମ୍ପିୟନ୍ସିପ୍ ୨୦୨୬ ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଶ୍ରୀ ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସନ୍ତରଣ ଚାମ୍ପିୟନ୍ସିପ୍ରେ ଭାରତକୁ ପ୍ରତିନିଧିତ୍ଵ କରି ସନ୍ତରଣଯୁକ୍ତ ଦୌଡ଼, ସୁଟିଂ ଚାମ୍ପିୟନ୍ସିପ୍ରେ ପୃଥକ୍ ୨ଟି ରୌପ୍ୟ ପଦକ ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ଶିକ୍ଷାନୁଷ୍ଠାନର ୬ଷ୍ଠ ଶ୍ରେଣୀର ଛାତ୍ର ଶ୍ରେୟାଂଶ ସାହୁ ୧୫ ତମ ଆଧୁନିକ ପେଣ୍ଟାଥଲନ୍ ଜାତୀୟ ଚାମ୍ପିୟନ୍ସିପ୍୨୦୨୬ ବାୟା ଥଲ୍ ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସର୍ବଭାରତୀୟ ସ୍ତରରେ ୧୬ ନଂ ରେଙ୍କ୍ ହାସଲ କରିଛନ୍ତି । ଏହି ଚାମ୍ପିୟନ୍ସିପ୍ରେ ୨୮ ରାଜ୍ୟର ଖେଳାଳି ଅଂଶଗ୍ରହଣ କରିଥିଲେ । ଦୁଇ କ୍ରୀଡ଼ା ପ୍ରତିଭାଙ୍କୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ ଦୀପକ୍ କୁମାର ସାହୁ ଏହି ଆସାଧାରଣ ମାଇଲଖୁଣ୍ଟ ହାସଲ କରି ଅତ୍ୟନ୍ତ ଗର୍ବିତ ମନେ କରୁଛି ବୋଲି କହି ମତବ୍ୟକ୍ତ କରି ଆଗାମୀ ସଫଳତା ପାଇଁ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଡ. ରବୀନ୍ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ. ନାଗା ମାଲେଶ୍ଵର ରାଓ, ପରିଚାଳନା କମିଟି ଓ ସମସ୍ତ କର୍ମଚାରୀ ଓ ଅଭିଭାବକ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
