csstore

“ତୀକ୍ଷ୍ଣ ଦୃଷ୍ଟି”ର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ଗଞ୍ଜାମର ବହୁ ପ୍ରତିଭାଧାରୀଙ୍କୁ ସାରସ୍ୱତ ସମ୍ମାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ସାପ୍ତାହିକ ସମ୍ବାଦପତ୍ର “ତୀକ୍ଷ୍ଣ ଦୃଷ୍ଟି”ର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ରତା ହାସଲ କରିଥିବା ଗଞ୍ଜାମ ଜିଲ୍ଲାର ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟଅତିଥି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ସ୍ୱତନ୍ତ୍ର ଅତିଥି, ଇଞ୍ଜିନିୟର ତଥା ସାହିତ୍ୟିକ ଯାମିନୀ କାନ୍ତ ଦାସ ମୁଖ୍ୟବକ୍ତା ଓ ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମ୍ବାଦପତ୍ର ଓ ସାମ୍ବାଦିକତା ଆଜିର ସମୟରେ କିଭଳି ସଂଘର୍ଷପୂର୍ଣ୍ଣ ସମୟ ଦେଇ ଗତି କରୁଛି ତାହା ଉପରେ ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ରଖିବା ସହିତ ସାମ୍ବାଦିକମାନେ ନିରପେକ୍ଷ ଭାବେ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରିବା, ଗଣମାଧ୍ୟମ ପକ୍ଷଭୁକ୍ତ ନା ହୋଇ ସଠିକ ସମ୍ବାଦ ପରିବେଷଣ କଲେ ହିଁ ପାଠକଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଢାଲି ମଧ୍ୟ ସମ୍ବାଦପତ୍ର ନିରପେକ୍ଷ ହେବା ସପକ୍ଷରେ ମତ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓ କହିଲେ, ସମ୍ବାଦପତ୍ର ମାଲିକ ନିରପେକ୍ଷ ରହିଲେ ହିଁ ସାମ୍ବାଦିକମାନେ ପକ୍ଷଭୁକ୍ତ ନହୋଇ ସମ୍ବାଦ ପରିବେଷଣ କରିପାରିବେ । ସାମ୍ପ୍ରତିକ କ୍ଷେତ୍ରରେ ଦେଶର କୌଣସି ଗଣମାଧ୍ୟମ ଆଉ ନିରପେକ୍ଷ ହୋଇ ରହିନାହିଁ । ମାଲିକମାନେ ଯେତେବେଳେ ପକ୍ଷଭୁକ୍ତ ସାମ୍ବାଦିକମାନଙ୍କୁ କେମିତି ଦୋଷ ଦେବା ବୋଲି ସେ ପ୍ରଶ୍ନ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଜ୍ଞାନ କୁମାର ଚୌଧୁରୀ ଏହି ସ୍ଵନକ୍ଷତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ‘ତୀକ୍ଷ୍ଣ ଦୃଷ୍ଟି’ର ସମ୍ପାଦକ ସନ୍ତୋଷ କୁମାର ସେନାପତି ସ୍ୱାଗତ ଭାଷଣ ଦେଇ ବିବରଣୀ ପାଠ କରିଥିଲେ । କାଳୀ ସିଂହ ଆବାହକ ଭାବେ ସଭା ସଂଚାଳନ କରିବା ସହ ଧନ୍ୟବାଦ ଦେଇଥିଲେ । ସୁନାମଧନ୍ୟ ଉପସ୍ଥାପିକା ଅନୁସୂୟା ସାହୁ ସୁନ୍ଦର ଭାବେ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ । ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗଞ୍ଜାମର ବିଶିଷ୍ଟ ସମାଜସେବୀ ତଥା ଡ. ଏ.ପି.ଜେ. ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା, କୁନି ନୃତ୍ୟଶିଳ୍ପୀ ସୁଶ୍ରୀ ଏସ୍. ମିନାକ୍ଷୀ, ଗଜପତି ଜିଲ୍ଲାର ସମାଜ ସେବୀ ମମତା ପାଢୀ, ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଗୋପାଳକୃଷ୍ଣ ଦାଶ, ତାଳଚେର ‘ଆଇ ଲର୍ନ ପରିଚାଳକ ଶିକ୍ଷାବିତ୍ ଚିତ୍ତରଞ୍ଜନ ପାଣି, ପାୱାର ଲିଫ୍ଟର ଗୀତାଞ୍ଜଳୀ ନାୟକ, ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର, କ୍ୟାନ୍ସର ବୟୋଲୋଜିର ଡକ୍ଟର ପଲ୍ଲବୀ ପଟ୍ଟନାୟକ (ସେବା ପୁରସ୍କାର), ‘ମୁକ୍ତ କଲମ’ର ସମ୍ପାଦକ ଜ୍ଞାନ ରଞ୍ଜନ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.