csstore

ସିଡବ୍ଲୁଡିଏସ୍‌ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଠାରେ ସାମାଜିକ ସେବା ଶିବିର

ପୁରୀ, (କେପିଏନ୍‌ଏସ୍‌) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି(ସିଡବ୍ଲୁଡିଏସ୍‌) ତରଫରୁ ସାମାଜିକ ସେବା ଶିବିର କାର୍ଯ୍ୟକ୍ରମ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷଜ୍ଝ ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା. କଳ୍ପନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପରିସର ଭିତରେ ତଥା ସିଂହଦ୍ଵାର ନିକଟରେ ଭକ୍ତ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ସ୍ଥାନନ୍ତରୀଣ ସେବା, ଉଷ୍ଣ ତାତିରୁ ରକ୍ଷା ପାଇବା ପାଇଁ ପାଣି ଛିଞ୍ଚନ, ଦହିପାଣି, ଲେମ୍ବୁ ପାଣି, ଜଳଜିରା ପାଣି, ଓଆର୍‌ଏସ୍ ପାଣି, ସାଧା ପାଣି ବଣ୍ଟନ, ବୃଦ୍ଧବୃଦ୍ଧା ତଥା ଦିବ୍ୟଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ଦେବ ଦର୍ଶନ ପାଇଁ ସ୍ଥାନାନ୍ତରିତ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ ଓ ମହିଳା ବିକାଶ ସୋସାଇଟିର ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ହରିପଦ ଦାସ, ଡା. ବିକାଶ ପ୍ରସାଦ, ଡା. ଲୋକନାଥ ସାହୁ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ଆଶିଷ ରାଠୋର, କମଳ କାନ୍ତ ଦାସ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରାମ ନାରାୟଣ ଦାଶ, ଗୋପେଶ ପଣ୍ଡା, ସଞ୍ଜୀବ ଦାଶ, ବନମାଳୀ ମେହେର, ତପନ ବେହେରା, ଅମନ ଜ୍ୟେତି ପ୍ରକାଶ, ଅନଭ ଜ୍ୟୋତି ପ୍ରକାଶ, ଜଗନ୍ନାଥ ପାତ୍ର, ଶୁଭଶ୍ରୀ ରାଉତ, ଦିନେଶ ପାତ୍ର, ଶିବ ପ୍ରସାଦ , ଦୀପକ, ଦୀପକ ପ୍ରଧାନ, ପିଙ୍କୁ ପାତ୍ର ତଥା ଅନ୍ୟମାନେ ଉପସ୍ଥିତ ରହି କରି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.