jayashree

ମିଠାପାଲି ପଞ୍ଚାୟତରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ : ୪୪ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ସାରା ଦେଶରେ ପାଳିତ ହେଉଥିବା ବେଳେ ଏହି ଅବସରରେ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶୋଭାସିନୀ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେପି ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ବିକାଶ ମୂଳକ କାମ, ଜନହିତକର କାମ ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲ ୪୪ ଜଣ ନୂତନ ଭତ୍ତା ହିତାଧିକାରୀଙ୍କୁ ଏକାସାଙ୍ଗରେ ଦୁଇ ମାସର ଭତ୍ତା ବଣ୍ଟନ କରିଥିଲେ । ଏଥିରେ ବିଜେପି ନେତା ମନୋଜ କୁମାର, ମିଠାପାଲି ଯୋଗାଣ ସହାୟକ ହମିତ କୁମାର ସାହୁଙ୍କ ସହ ସମସ୍ତ ୱ।ର୍ଡ ସଭ୍ୟ/ସଭ୍ୟା, ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.