
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଠାରେ ଇଷ୍ଟଦେବୀ ମା’ ଅଭୟା କାଳୀଙ୍କ ବାର୍ଷିକ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ସହସ୍ରାଧିକ ଜନ ସମାଗମ ହୋଇଥିବା ବେଳେ ଏହି ଉପଲକ୍ଷେ ଅନୁଷ୍ଠିତ ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ନିହାଲ ସିଂ ଯୋଗ ଦେଇଥିଲେ । ପଦ୍ମଶ୍ରୀ ଡଃ ଜିତେନ୍ଦ୍ର ହରିପାଲଙ୍କୁ ଅଭୟା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପିକେଏସ ଫାଉଣ୍ଡେସନର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ କୁମାର, କମେଡି କିଙ୍ଗ ବିନ୍ଦୁ, ଅଭିନେତା ତଥା କଣ୍ଠଶିଳ୍ପୀ ଦିଲୀପ ଦୀପ ଓ ଡଃ. ସୁଶୀଲ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଂସ ଦରବାରରେ ରାଜ ଅତିଥି ଭାବେ ଆଗଲପୁର ଜୋନ ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ଦାଶ, ଆଇନଜୀବୀ ବିଜୟ କୁମାର ବାବୁ, ପୂର୍ବ ସରପଞ୍ଚ ଗୋବର୍ଦ୍ଧନ ସାହୁ, ନିହାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଟପ୍ପର ଅମିଷା ମାଝୀ, ମାଟ୍ରିକ ଟପ୍ପର ଅର୍ପିତା ସାହୁ, ଅନୀତା ସାହୁ ସମ୍ବର୍ଦ୍ଧିତ ହୋଇଥିଲେ । ରୋହିତ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉମାକାନ୍ତ ଠେଲା ସଂଯୋଜନା କରିଥିବା ବେଳେ ଦୀନବନ୍ଧୁ ଭୁଏ ଧନ୍ୟବାଦ ଦେଇଥିଲେ । କୁଟାସିଂହା ତଥା ଆଖପାଖ ଅଞ୍ଚଳର ସମସ୍ତ ଯୁବକ ସହଯୋଗ କରିଥିଲେ ।
