
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସଂପାଦକ ହୃଦୟ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପରୀକ୍ଷାରେ ସର୍ବମୋଟ ୩୫ ଜଣ କରାଟେକା ଭାଗ ନେଇଥିଲେ । ମୁଖ୍ୟଅତିଥି ତଥା ଜେଆଇଟିଏମ୍ କଲେଜର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାଏକ, ବଲାଙ୍ଗିର କରାଟେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ପରୀକ୍ଷକ ମାନୁଏଲ ନାଗ ଓ କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ କୃତି କରାଟେକାମାନଙ୍କୁ ମାନପତ୍ର ଓ ବେଲ୍ଟ ପ୍ରଦାନ କରିଥିଲେ । ୟେଲୋ ବେଲ୍ଟରେ ସଂକେତ କୁମାର ହୋତା, ପ୍ରିୟାଂଶୁ ଶେଖର ଭାଟି, ସ୍ୱାଗତିକା ତ୍ରିପାଠୀ, ଶ୍ରୀତ୍ତମ ଭଣ୍ଡ, ସୋମେଶ ନାଗ, ପ୍ରୟାଶ ବଳବନ୍ଦ ରାୟ, ଜୀବନେଶ୍ୱର ବେହେରା, ସେଲଫି ଛୁରା, ଆଲିଏନ ତିର୍କୀ, ଅଖିଲେଶ ଦ୍ୱିବେଦୀ, ଆରୁଶି ବେହେରା, ବିକାଶ ସାହୁ, ଜୁଲୈଖା ଖାତୁନ, ଦିବ୍ୟେଶ ଜେନା, ତ୍ରିଶା ଶବର ଓ ହାର୍ଦ୍ଦିକ ବାରିକ, ଓରେଞ୍ଜ ବେଲ୍ଟରେ ଶିବାଙ୍ଗିନୀ ଗୁରୁ, ଆରାଧ୍ୟା ବେହେରା ଓ ଆଦ୍ୟାଶା ବେହେରା । ଗ୍ରୀନ ବେଲ୍ଟରେ ଶ୍ୟାମାରାନୀ ଖୁଆସ, ଅଭିନନ୍ଦନ ସ୍ୱାମୀ, ହିତେଶ ବେହେରା, ଆର୍ଶୀବାଦ ଦାସ, ପଲ୍ଲବି ନାଏକ, ଚନ୍ଦନ ବାଗ, ଅଂଶୁମାନ ଧରୁଆ, ଶ୍ରୀୟାଂଶି ମେହେର, ଇଭାନ ପ୍ରଧାନ ଓ ଶଲୈଶ ବିଶ୍ୱାଳ । ବ୍ଲୁ ବେଲ୍ଟରେ ଯଶୋବନ୍ତ କୁମ୍ଭାର, କାବ୍ୟାରାନୀ ହଂସ, ପ୍ରତିକ୍ଷାରାଣୀ ପୁଟା ଓ ଶ୍ରୀୟା ସାହୁ । ବ୍ରାଉନ ବେଲ୍ଟରେ ଆରାଧ୍ୟା ଦିବ୍ୟାରାଣୀ ସାହୁ, ଜସମିନ ସାହୁ ଓ ପିୟୁଶ ଭୋଇ ପରୀକ୍ଷାରେ ସଫଳତାର ସହ ଉନ୍ନିତ ହୋଇଛନ୍ତି । ପରୀକ୍ଷା କେନ୍ଦ୍ରକୁ କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ପରିଚାଲିତ କରିଥିବା ବେଳେ ରେଖା ମନହିରା, ବିନୋଦିନୀ ଠେଲ, ଆଦିତା ସିଂ ବାରିକ, କ୍ରିଷ୍ଣା ନାଏକ, ଆନନ୍ଦିତା ସାହୁ, ଲୋକେଶ ବାଗ, ଆୟୁଶ ମେହେର ଓ ଅଭିଭାବକମାନେ ସହଯୋଗ କରିଥିଲେ । ଶେଷରେ ସ୍କୁଲର ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
