csstore

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ଅନ୍ୟତମ ଶାଖା ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଡ. ସତ୍ୟନାରାୟଣ ମିଶ୍ର, ଭେଙ୍କଟ୍ ରାଓ, ଅନିଲ ମଲ୍ଲିକ ମା’ ଦୁର୍ଗା ଓ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ମାଳା ପିନ୍ଧାଇ ଓ ପ୍ରଦୀପ ଜାଳି କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମଟି ମା’ ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା । ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ । ପରେ ଅନୁଷ୍ଠାନ ତରଫରୁ ଡ. ସତ୍ୟନରାୟଣ ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ପରେ ସୁରତରଙ୍ଗର ଗାୟକ ଓ ଗାୟିକା ସର୍ବଶ୍ରୀ ଦିଲୀପ କୁମାର ପରିଡା, ଶୁଭସ୍ମିତା ଦାସ, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମନୋଜ ଶାହା, ଜଗନ୍ନାଥ ସାହୁ, ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ, ଅନିରୁଦ୍ଧ ସାହୁ, ମୀନାକ୍ଷୀ ମହାରଣା, ଡ. ସତ୍ୟନାରାୟଣ ମିଶ୍ର, ବିମଳ ସାହୁ, ସୁଜିତ୍ ବେହେରା, ମନୋଜ ମହନ୍ତ, ଭେଙ୍କଟ୍ ରାଓ ପ୍ରମୁଖ ସୁନ୍ଦର୍ ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ନିବେଦିତା ବେହେରା ଉପଦେଷ୍ଟା ଗୌତମ ଦାସ, ସୁରେଶ ରାଉତରାୟ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଅନିଲ ମଲ୍ଲିକ ଓ ଡ. ସତ୍ୟନାରାୟଣ ମିଶ୍ର ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିବା ବେଳେ ଶେଷରେ ନିବେଦିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.