jayashree

ଟିଟିଲାଗଡ ଠାରେ ୱେଷ୍ଟର୍ଣ୍ଣ ଓଡିଶା ଗୁଜରାତି ସମାଜ ପକ୍ଷରୁ ସ୍ନେହ ମିଳନ କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏକତା, ସଂସ୍କୃତି ଓ ଉତ୍ସବର ଏକ ଦିନ ପାଳନ କରିବା ପାଇଁ ୱେଷ୍ଟର୍ଣ୍ଣ ଓଡ଼ିଶା ଗୁଜୁରାତି ସମାଜ ପକ୍ଷରୁ ୨୮ ଜୁନ ୨୦୨୬, ରବିବାର ଦିନ ସକାଳେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୂପେଶ ଭାଇ ଦୋଶୀ ସଭାପତି ଅଖିଲ କଟକ ଗୁଜରାତି ସମାଜର ସଭାପତି ରୂପେଶ ଭାଇ ଦୋଶୀ, ମୁଖ୍ୟ ସଂଯୋଜକ ପ୍ରକାଶ ଭାଇ ସୋମାଇୟା ୱେଷ୍ଟର୍ଣ୍ଣ ଓଡିଶା ଗୁଜରାତି ସମାଜ, ସଂଯୋଜକ ହରିଶ ଭାଇ ରାଇଥାଥା ୱେଷ୍ଟର୍ଣ୍ଣ ଓଡିଶା ଗୁଜରାତୀ ସମାଜ, ମୁଖ୍ୟଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଭାଇ ଢୋଲକିଆ, ମୁଖ୍ୟ ସଂରକ୍ଷକ (ଡବ୍ଲ୍ୟୁଓଜିଏସ୍), ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୁଜୁରାତି ସମାଜର ସମସ୍ତେ ଏକତ୍ରିତ ହେବା, ଉତ୍ସବ ପାଳନ କରିବା ସାଙ୍ଗେ ସାଙ୍ଗେ ଆଗକୁ ବଢ଼ିବା, ଉନ୍ନତି ପାଇଁ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ସମାଜ ପାଇଁ, ପିଢ଼ି ପାଇଁ, ଐତିହ୍ୟ ପାଇଁ ଏହି ପ୍ରୟାସ ବୋଲି ମୁଖ୍ୟ ଅତିଥି ଶ୍ରୀ ଢୋଲକିଆ କହିଥିଲେ ।

Leave A Reply

Your email address will not be published.