csstore

ପୂର୍ବତନ ନଗରପାଳ ନବୀନ ଚନ୍ଦ୍ର ପାଢ଼ୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍‌ଏସିର ପୂର୍ବତନ ନଗରପାଳ ତଥା ବରିଷ୍ଠ ନାଗରିକ ନବୀନ ଚନ୍ଦ୍ର ପାଢ଼ୀଙ୍କ ୯୨ବର୍ଷ ବୟସରେ ଶୁକ୍ରବାର ରାତିରେ ତାଙ୍କ ପଦ୍ମପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଶ୍ରୀ ପାଢ଼ୀଙ୍କର ପଦ୍ମପୁର ସହରର ବିକାଶରେ ଅନେକ ଅବଦାନ ରହିଥିବା ସହିତ ସେ ପଦ୍ମପୁର ସହରର ସାର୍ବଜନୀନ ଦୁର୍ଗା ପୂଜାର ଅନେକ ଥର ସଭାପତି ରହିଥିଲେ ଓ ସହରର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ସେ ତାଙ୍କ ପଛରେ ଭାଇ, ପୁତ୍ର, ପୁତ୍ରବଧୂ, ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ତାଙ୍କର ପରଲୋକ ଖବର ପାଇ ସହରର ଅନେକ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଆସି ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ରଜାପଡା ଶଶ୍ମାନରେ ତାଙ୍କର ଅନ୍ତେଷ୍ଠିକ୍ରୀୟା ସମାପନ ହୋଇଥିଲା । ପୁତ୍ର ରମଣୀ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

jayashree
Leave A Reply

Your email address will not be published.