
ଇଷ୍ଟକୋଷ୍ଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କ ଟିଟିଲାଗଡ଼ ରେଳ ଷ୍ଟେସନ ପରିଦର୍ଶନ : ଅଞ୍ଚଳର ବିକାଶ ପାଇଁ ଦାବିପତ୍ର ପ୍ରଦାନ କଲା ଟିଟିଲାଗଡ ବଣିକ ସଂଘ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ବ୍ୟବସାୟୀ ସଂଗଠନ ‘ଟିଟିଲାଗଡ଼ ମାର୍ଚେଣ୍ଟସ୍ ଆସୋସିଏସନ୍’ ପକ୍ଷରୁ ଏକ ପ୍ରତିନିଧି ଦଳ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ କରି ଷ୍ଟେସନର ଭିତ୍ତିଭୂମି ଓ ଯାତ୍ରୀ ସୁବିଧାର ଉନ୍ନତି ପାଇଁ ୧୧ ଦଫା ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାର୍ଚେଣ୍ଟସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍, ସଚିବ ଗୋପାଳ କୃଷ୍ଣ ଜୈନ, ସହ ସଚିବ ଅମନ ଗୋୟଲ, କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ଶର୍ମା, ବସନ୍ତ କୁମାର ସାହୁ , ଆଶିଷ ଅଗ୍ରୱାଲ, ଈଶ୍ୱର ଜୈନ, ସୁନୀଲ ଜୈନ, ଶୈଳେଶ ଗୋୟଲ ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ଆରଓବି ଓ ଆରୟୁବି ନିର୍ମାଣ ଲେଭେଲ୍ କ୍ରସିଂ (ଏଲ୍ସି ନଂ. ଆରଭି-୧୬୪)ରେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଯାନବାହନ ଅଟକି ରହୁଥିବାରୁ ଜନଜୀବନ ବିପଦରେ ପଡ଼ୁଛି । ତେଣୁ ଏଠାରେ ତୁରନ୍ତ ଏକ ଆରଓବି (ରେଳ ଓଭର ବ୍ରିଜ୍) ନିର୍ମାଣ ପାଇଁ ଅନୁମୋଦନ ଦେବାକୁ ଦାବି ହୋଇଛି । ଏହାସହ ଆରଭି-୧୬୩ ଏବଂ ଆରଭି-୧୫୭ ର ଆପ୍ରୋଚ୍ ରୋଡ୍କୁ ରାଜ୍ୟ ସଡ଼କ ସହ ଶୀଘ୍ର ସଂଯୋଗ କରିବା ଏବଂ ରାଧାକୃଷ୍ଣ ମନ୍ଦିର ନିକଟସ୍ଥ ଏଲଏଚଏସ କାମ ଶେଷ କରିବାକୁ କୁହାଯାଇଛି । ଅମୃତ ଭାରତ ଷ୍ଟେସନ ସ୍କିମ୍ (ଏବିଏସଏସ) ଅଧୀନରେ ସିରଭଟା ପାର୍ଶ୍ୱରେ ଦ୍ୱିତୀୟ ପ୍ରବେଶ ପଥର ସମ୍ପୂର୍ଣ୍ଣ ବିକାଶ କରି ସେଠାରେ ପାର୍କିଂ, ବୁକିଂ ଅଫିସ୍, ପ୍ରତୀକ୍ଷାଳୟ, ଲିଫ୍ଟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ମିଟର ବିଶିଷ୍ଟଏଫଓବିରେ ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ପାଇଁ ରାମ୍ପ ନିର୍ମାଣ, ଷ୍ଟେସନ ପରିସରରେ ବ୍ୟାଟେରୀ ଚାଳିତ କାର୍ ସେବା ଏବଂ ଗାଡ଼ିଗୁଡ଼ିକ ପାଇଁ ଛାତଯୁକ୍ତ (କଭର୍ଡ ପେଡ୍) ପାର୍କିଂ ସହ ଆଧୁନିକ ପୋର୍ଟିକୋ ନିର୍ମାଣ ଶ୍ରମିକ ଏବଂ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ ସହ ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ନିର୍ମାଣ । ଏହିସବୁ କାର୍ଯ୍ୟ ରେଳବାଇର ବୈଧ (ଝଗ୍ଧବଗ୍ଧଙ୍କଗ୍ଧକ୍ଟକ୍ସଚ୍ଚ) ଦାୟିତ୍ୱ ଅନ୍ତର୍ଭୁକ୍ତ । ଅନେକ ପ୍ରକଳ୍ପ ପୂର୍ବରୁ ଅନୁମୋଦିତ ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ବିଳମ୍ବ ହେଉଛି । ଯାହା ସୁରକ୍ଷା ଦୃଷ୍ଟିରୁ ଚିନ୍ତାଜନକ । ମାର୍ଚେଣ୍ଟ ଆସୋସିଏସନ୍ ପକ୍ଷରୁ ଜେନେରାଲ ମ୍ୟାନେଜରଙ୍କୁ ଏହି ପରିଦର୍ଶନ ସମୟରେ ହିଁ ତୁରନ୍ତ ନିର୍ଦ୍ଦେଶ ଜାରି କରି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜୋରଦାର ଦାବି କରାଯାଇଛି ।
