
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ସେବା ସମବାୟ ସମିତିରେ ମିଲରଙ୍କ ଚରମ ଅବହେଳା ଯୋଗୁଁ ପ୍ରାୟ ୧୫ଟି ଟ୍ରାକ୍ଟରରେ ଲୋଡ୍ ହୋଇଥିବା ଧାନ ସକାଳୁ ପଡ଼ି ରହିଛି । ବେଲପଡ଼ାସ୍ଥିତ ଗାୟତ୍ରୀ ଫୁଡ ପ୍ରଡକ୍ଟସ ମିଲରୁ ଟ୍ରକ ନ ଆସିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ସମିତି ସଭାପତିଙ୍କ ଅଭିଯୋଗ ପରେ ଉପଜିଲ୍ଲାପାଳ ୪୫ ମିନିଟ୍ରେ ଟ୍ରକ ପହଞ୍ଚିବ ବୋଲି ଆଶ୍ୱାସନ ଦେଇଥିଲେ, କିନ୍ତୁ ଦିନ ଗଡ଼ିଯାଇଥିଲେ ମଧ୍ୟ ଟ୍ରକର ଦେଖାନାହିଁ । ପ୍ରଶ୍ନ ଉଠୁଛି ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ଦାୟୀ କିଏ ? ଆଉ ପ୍ରଶାସନର ଆଶ୍ୱାସନ କେବଳ କାଗଜ-କଲମରେ ସୀମିତ କି ?
