jayashree

ଲୋଇସିଂହା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହିଳାଙ୍କ ସ୍ୱାଭିମାନ ଓ ଅଭିମାନର ସୁରକ୍ଷା ତଥା ନାରୀଙ୍କୁ ସମ୍ମାନ ଦାବିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ତରଫରୁ “ନାରୀ ଅଧିକାର ଅଭିଯାନ” ଅବସରରେ ବିକ୍ଷୋଭ ସମାବେଶ ତଥା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସରକାର ବିରୋଧୀ ସ୍ଲୋଗାନ ତଥା ପ୍ଲା-କାର୍ଡ ପ୍ରଦର୍ଶନ ପୂର୍ବକ ମହିଳାମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ସଭାପତି ଗୀତା ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ସଂଯୁକ୍ତା ବରିହା, ସବିତା ସେଠ୍, ବବିତା ପଟେଲଙ୍କ ସମେତ ଶତାଧିକ ମହିଳା ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ । ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ମହିଳାଙ୍କ ସ୍ୱାଭିମାନ ଓ ଅଭିମାନ ପ୍ରତି କୁଠାରାଘାତ ପ୍ରଦର୍ଶନ କରିଛନ୍ତି । ବିଜୁବାବୁଙ୍କ ପରେ ନବୀନ ପଟ୍ଟନାୟକ ହିଁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ବର୍ତ୍ତମାନ ମହିଳାଙ୍କ ଉପରେ ହିଂସା ବୃଦ୍ଧି ପାଇବା ସହିତ ସେମାନଙ୍କ ନିରାପତ୍ତା ବିପନ୍ନ ହୋଇପଡିଛି । ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କୁ ଉଚିତ୍ ସମ୍ମାନ ଦାବିରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ବିଜେଡି ଜିଲ୍ଲା ସମ୍ପାଦକ ଗୋବର୍ଦ୍ଧନ ସାହୁ, ଉପ ସଭାପତି ସୁରେଶ ନାଏକ, ଉତ୍ତମ ଭୋଇ, ବିଷ୍ଣୁ ପଟେଲ, ସୁଧୀର ଦାନୀ, ପ୍ରବୀଣ ମିଶ୍ର ପ୍ରମୁଖ ସରକାରଙ୍କ ଉପରେ ବର୍ଷିଥିଲେ । ପୂର୍ବତନ ବ୍ଲକ ସଭାପତି ପ୍ରମୋଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବିଜୟ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ ଲୋଇସିଂହା, ଆଗଲପୁର ଓ ପୁଇଁନ୍ତଲା ବ୍ଲକର ସରପଞ୍ଚ ତଥା ସମିତି ସଭ୍ୟଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ । ବିଜେଡି ଯୁବ ସଭାପତି ନାରାୟଣ ସାହୁ, ଫିରୋଜ ସାଥୁଆ, ପ୍ରକାଶ ମହାରଣା, ସୁଧୀର ଅମାତ, ଶ୍ରୀପତି ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.