jayashree

ଆଲୁମିନିୟମ ତାର ଚୋରି ଅଭିଯୋଗରେ ୬ ଜଣ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବନ୍ଧଲିପଡ଼ା ନିକଟରୁ ଆଲୁମିନିୟମ ତାର ଚୋରି କରି ନେଉଥିବା ବେଳେ ଚୋରମାନେ ପୋଲିସ ହାତରେ ଧରା ପଡ଼ିଛନ୍ତି । ସେମାନେ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଧୀନ ଉମରାଡ ଗ୍ରାମର ମହେନ୍ଦ୍ର ଭୁଏ(୬୦), ଶରଧାପାଲି ଗ୍ରାମର କବିରାଜ ଭୋଇ(୪୮), ସରଗିପାଲିର ଜେଠୁ ସାହୁ(୫୮), ଆଗଲପୁର ଥାନା ଜେମାପାଲି ଗ୍ରାମର ଜଗଦୀଶ ସାହୁ(୪୦), ଭରସୁଜାର ବିକ୍ରମ ପାତ୍ର(୫୪) ଓ ଲୋଇସିଂହା ଥାନା ସୂଜିଆ ନିକଟସ୍ଥ ସଲତରପାଲି ଗ୍ରାମର ପ୍ରଫୁଲ୍ଲ ସଲତର(୩୮) । ଆଲୁମିନିୟମ ତାର ଚୋରି ହେଉଥିବା ଜାଣିପାରି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ସଦଳବଳେ ଚଢ଼ାଉ କରି ଘଟଣାସ୍ଥଳରୁ ଚୋରି ହୋଇଥିବା ତାର ଓ ଦୁଇଟି ବାଇକ୍ ଜବତ କରିଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସିପୋରା ସାଏରା ଲୁଗୁନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.