
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସଭାର ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ସଭାକୁ ଉଦ୍ଘାଟିତ କରିବା ସହ ଆଗାମୀ ଦିନରେ ସହରକୁ ଏକ ସ୍ୱଚ୍ଛ ସହର ଭାବେ ନିର୍ମାଣ କରିବା ନେଇ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରତିଶୃତି ଦେଇଥିଲେ । ସଭାକୁ ଅର୍ଜୁନ କୁମାର ସାହୁ ପରିଚାଳନା କରିବା ସହ ସୁସ୍ଥ ପରିବେଶ ଉପରେ କବିତା ଓ ଗୀତ ଗାଇ ଛାତ୍ରଛାତ୍ରୀଙ୍କ ମନ ମୋହିଥିଲେ । ପ୍ରଶାନ୍ତ ମହାକୁର ସଭାପତିତ୍ୱ କରିଥିବା ବେଳେ ଜଙ୍ଗଲ ଧ୍ୱଂସ ହେବା, ଜଙ୍ଗଲରେ ନିଆଁ ଲାଗିବା, ରାସ୍ତାକଡର ଗଛ କାଟିବା ବିରୁଦ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । ଆଗାମୀ ଦିନରେ ପରିବେଶ ଯଦି ସୁରକ୍ଷିତ ନ ରହିବ ପଶୁପକ୍ଷୀ ଧ୍ୱଂସ ପାଇଯିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାରେ ରତନ କୁମାର ମହାରଣା, ଜୟକୃଷ୍ଣ ମିଶ୍ର, ରିଣ୍ଟୁ ସାହୁ, ଆନନ୍ଦ ମିଶ୍ର, ସଂଜୟ ସାମଲ, ଶମ୍ଭୁ ଶତପଥିଙ୍କ ସମେତ ଛାତ୍ରଛାତ୍ରୀମାନେ ପରିବେଶକୁ ସୁରକ୍ଷା ଦେବା ପାଇଁ ସଙ୍କଳ୍ପ ନେଇଥିଲେ । ଶେଷରେ ବିଭୁକଲ୍ୟାଣ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।