jayashree

ଆନ୍ତଃ ଜିଲ୍ଲା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ର ପଂଚମ ଦିବସ

  • ବଲାଙ୍ଗିର ବାଳକ ଓ ବାଳିକା ଉଭୟ ବର୍ଗରେ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ପଂଚମ ଦିବସ ବାଳକ ବର୍ଗ ପ୍ରଥମ ଖେଳ ନୟାଗଡ଼ ବନାମ ଦେବଗଡ଼ ମ୍ୟାଚ ୨-୨ ଗୋଲରେ ଡ୍ର ହୋଇଥିଲା । ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ ଯୋଗ ଦେଇଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପୁରୋହିତ ଓ ଡ଼ା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଦେବାଶିଷ ବାଗ, ସଞ୍ଜନ କୁଦେଇ, ଯଶୋବନ୍ତ ମାଝୀ ଓ ମଳୟ ଘିଭେଲା ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳକ ଖେଳରେ ବଲାଙ୍ଗିର ୧-୦ ଗୋଲରେ ବୌଦ୍ଧକୁ ହରାଇ ବିଜୟୀ ହୋଇଥିଲା । ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ଫୁଟବଲ ଏସୋସିଏସନ୍‌ ତଥା ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, କ୍ରୀଡ଼ା ଅଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଶୁଭ୍ରଜିତ ସ୍ୱାଇଁ, ସୌରଭ ନାଏକ, ପପୁନ ବେହେରା ଓ ଗୌରହରି ପୁଟେଲ ପରିଚାଳନା କରିଥିଲେ । ଉଭୟ ବାଳକ ବର୍ଗ ଖେଳରେ ନବୀନ ନାଏକ ମ୍ୟାଚ୍‌ କମିଶନର ଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳ ନୟାଗଡ଼ ବନାମ୍‌ ଦେବଗଡ଼ ମ୍ୟାଚ ଡ୍ର ହୋଇଥିଲା । ଓଡ଼ିଶା ଫୁଟବଲ ଏସୋସିଏସନ୍‌ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନ ଖେଳରେ ଡା. ପ୍ରକାଶ ଦାଶ ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସୀତା ମାରାଣ୍ଡି, ଧନେଶ୍ୱର ସେଠ, ମନୋରଞ୍ଜନ ମାଝୀ ଓ ଅନିତା ମହାନନ୍ଦ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳିକା ବର୍ଗ ଖେଳରେ ବଲାଙ୍ଗିର ୪-୦ ଗୋଲରେ ବୌଦ୍ଧକୁ ହରାଇ ବିଜୟୀ ହୋଇଥିଲା । ଖେଳକୁ ମନୋରଞ୍ଜନ ମାଝୀ, ଧନେଶ୍ୱର ସେଠ, ମାମା ସିଂ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ । ଉଭୟ ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇ ଥିଲେ ।

Leave A Reply

Your email address will not be published.