jayashree

ନରେନ୍ଦ୍ରପୁର ହାଇସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷରୋପଣ ପାଇଁ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପରିବେଶ ଓ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା ଆଲୋଚନା ଚକ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ, ପ୍ରକୃତି ବନ୍ଧୁ କାମରାଜୂ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନରେ ସମ୍ପ୍ରତି ଅନୁଭୂତ ହେଉଥିବା ବର୍ଦ୍ଧିତ ତାପମାତ୍ରା ଉପରେ ବକ୍ତବ୍ୟ ରଖି ବ୍ୟାପକ ବୃକ୍ଷରୋପଣ ଉପରେ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ପ୍ରତିନିଧି ଅଲିଅଳ ସେନାପତି, ଶିକ୍ଷାବିତ କିଶୋର କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଏସ୍‌ଏମ୍‌ସି ଉପସଭାପତି ମନୋଜ କୁମାର ମାହାଙ୍କୁଡ, ସଭ୍ୟ ଦିଲ୍ଲୀପ କୁମାର ବେହେରା, ଇ. ଭାସ୍କର, ଅବଦୁଲ ରେହମାନ, ଇକୋ-କ୍ଲବ ସଂଯୋଜିକା ସ୍ଵାଗତିକା ଦାସ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ତରଫରୁ ବ୍ୟାପକ ବନୀକରଣ ପାଇଁ ଓ ସେ ସବୁର ରକ୍ଷଣାବେକ୍ଷଣା ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସମସ୍ତ ଶିକ୍ଷକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.