କଂଗ୍ରେସ କମିଟିର ସମୀକ୍ଷା ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କଂଗ୍ରେସ କମିଟିର ସମୀକ୍ଷା ବୈଠକ । ଯୋଗ ଦେଲେ ଏ ଆଇ ସିସି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଜେଟ୍ଟି କୁସୁମ କୁମାର । ସ୍ଥାନୀୟ ହୋଟେଲ ଇଡେନ ଭେଲ୍ଲୀ ଠାରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମୀକ୍ଷା ବୈଠକ କରାଯାଇଛି । ଏହି ବୈଠକରେ ଏ ଆଇ ସିସି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଜେଟ୍ଟି କୁସୁମ କୁମାର ଯୋଗ ଦେବା ସହ ବିଜେପି ଉପରେ ଗର୍ଜିଥିବା ଜଣାପଡ଼ିଛି । ବିଜେପି ଭୋଟ ଚୋରି ପାଇଁ ଜିତୁଛି, ନହେଲେ କଂଗ୍ରେସ ବିଜୟ କରିଥାଆନ୍ତା ବୋଲି ପ୍ରଭାରୀ ଜେଟ୍ଟି କୁସୁମ କୁମାର କହିଛନ୍ତି । ଏହା ସହ ଏସ୍‌ଆଇଆର୍‌ରେ ନିୟୋଜିତ କର୍ମଚାରୀଙ୍କ ସହ କଂଗ୍ରେସ କର୍ମୀମାନେ ମଧ୍ୟ ଯିବେ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ପିସିସି ଦ୍ୱାରା ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜଗାଙ୍ଗପୁର ବିଧାୟକ ସି ଏସ ରାଜନ ଏକ୍କା ଏବଂ ସଙ୍ଗ୍ରାମ ନେପାକଙ୍କ ସହ ପିସିସି ଉପସଭାପତି ତଥା ସାଙ୍ଗଠନିକ ଇନଚାର୍ଜ ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼ କଂଗ୍ରେସ ନେତା ବିରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.