
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇ ଆର୍) ସଚେତନତା ପଦଯାତ୍ରା ଏବଂ ଏକ ସ୍ୱତନ୍ତ୍ର ପ୍ରଚାର ରଥ ଦ୍ୱାରା ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା ପୂର୍ବକ ‘ସ୍ୱତନ୍ତ୍ର ସଂଘନ ସଂଶୋଧନ’ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ସହ ଥାନା ସମ୍ମୁଖରେ ଏକ ସଚେତନ ବାର୍ତ୍ତା ଦେଇ ଭଞ୍ଜନଗର ଟାଉନହଲରେ ଶେଷ ହେବା ସହ, ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ବେହେରା ଉପଖଣ୍ଡ ବାସୀଙ୍କୁ ସଠିକ୍ ତଥ୍ୟ ଦେବା ସହ ବିଏଲ୍ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଦୀର୍ଘ ୨୪ ବର୍ଷ ପରେ ଏହି ଏସ୍ଆଇଆର୍ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ଯାହା ଅତି ଗୌରବ ପୂର୍ଣ୍ଣ ଅଟେ । ଆର୍ଟିକଲ ୩୨୪ ବିଷୟରେ ବିସ୍ତୃତ ରୂପେ ବ୍ୟାଖ୍ୟା କରିଥିଲେ । ଜିଲ୍ଲାପାଳ ତଥା ସିଇଓ ଗଞ୍ଜାମଙ୍କ ଗୁରୁତ୍ୱ ପୂର୍ଣ୍ଣ ବାର୍ତ୍ତା ଜିଲ୍ଲାବାସୀଙ୍କୁ ଯୋଗାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ସମସ୍ତଙ୍କୁ ଉପଦେଶ ଦେଇଥିଲେ ଯେ, ସମୟ ସାପେକ୍ଷ ସହ ଟିମ୍ ୱାର୍କ ଦ୍ଵାରା ସମସ୍ତ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟରେ ଇସିଆଇଙ୍କ ନିର୍ଦ୍ଦେଶ ତଥା ନିୟମ ଅନୁସାରେ ସମ୍ପନ୍ନ କରିବେ । ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା କାର୍ଯ୍ୟକ୍ରମର ଏସଆଇଆର ଜନିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ଯାହା ଜନସାଧାରଣଙ୍କ ହିତ ସାପେକ୍ଷ ଅଟେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଚିତା ମହାପାତ୍ର, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର , ସହାୟକ ଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର ଅଭିଷ୍ପ। ପଟ୍ଟନାୟକ, ଭଞ୍ଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଉପଖଣ୍ଡର ସମସ୍ତ ଅଧିକାରୀମାନେ, ସମସ୍ତ ବିଏଲଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏସ୍ଆଇଆର ଚାଲିଥିବା ସମୟରେ କଣ କଣ କରିବେ ସେ ସମ୍ପର୍କରେ ଅଧିକାରୀମାନେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏସ୍ଆଇଆର ସମ୍ପର୍କିତ ହେଲ୍ପ ଡେସ୍କ ଉପଜିଲ୍ଲାପାଳଙ୍କ ଦ୍ଵାରା ଉଦ୍ଘାଟନ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ରଚିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ‘ସ୍ୱତନ୍ତ୍ର ସଂଘନ ଶୋଧନ’ ସମ୍ପର୍କରେ ନାଟକ ଜରିଆରେ ଅତି ସୁନ୍ଦର ରୂପେ ସଚେତନ କରାଯାଇଥିଲା ।