jayashree

ଖଣ୍ଡାୟତ ମହାସଭାର ସ୍ୱତନ୍ତ୍ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସଂଧ୍ୟା ୬ ଘଟିକା ସମୟରେ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ପରିସରରେ ଏକ ଜରୁରୀ ବୈଠକ ଆୟୋଜିତ ହୋଇଥିଲା । ଖଣ୍ଡାୟତ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ନାରାୟଣ ସାମଲ, ଅକ୍ଷୟ କୁମାର ଦାସ, ଜଗନ୍ନାଥ ରାଉତ, ସୁବ୍ରତ କୁମାର ମଲ୍ଲିକ, ଶମ୍ଭୁନାଥ ପରିଡ଼ା ଓ ଉଗ୍ରସେନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଜୁନ୍ ୭ ତାରିଖ ସକାଳ ୭ଟା ସମୟରେ ମହାସଭାର ସଭାପତି ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କୁ ଭବ୍ୟ ସ୍ଵାଗତ କରିବା ପାଇଁ ସ୍ଥିର କରାଗଲା । ଏହି ସଭାରେ ସାଂସଦଙ୍କ ରାଉରକେଲା ପ୍ରତିନିଧି ରଣଜିତ କୁମାର ନାୟକ ଉପସ୍ଥିତ ରହି ସମସ୍ତ ସହଯୋଗ ଓ ଯୋଗାଯୋଗ କରିବା ପାଇଁ ସମ୍ମତି ପ୍ରକାଶ କଲେ । ତାଙ୍କୁ ଉପସ୍ଥିତ ସମସ୍ତ ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.