
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାସ ବ୍ୟାପି ସମାହିତ ହୋଇ ଆସୁଥିବା ଐତିହାସିକ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇଆସୁଛି । ଦୈନିକ ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେବୀଙ୍କ ଘଟଯାତ୍ରା ବାହାରିଥାଏ । ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ସହରାଞ୍ଚଳର ତାଡେପଲ୍ଲୀ ସାହି ଅଭିମୁଖେ ଠାକୁରାଣୀଙ୍କ ଘଟଯାତ୍ରା ଆଗମନ ହୋଇଥିଲା । ବିଶିଷ୍ଟ ବଦାନ୍ୟ ବ୍ୟକ୍ତି ସମାଜସେବୀ ଡମ୍ବରୁ ସାହୁ ଓ ତାଙ୍କ ଧର୍ମପତ୍ନୀ ରେଣୁବାଳା ସାହୁ ଏହି ଦିନର କର୍ତ୍ତାଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ତାଙ୍କରି ବାସଭବନ ଦେବୀଙ୍କ ଆଗମନ ହୋଇଥିଲା । ତାଙ୍କରି ବାସଭବନ ଆଗରେ ମା’ଙ୍କୁ ଆବାହନ କରି ପୂଜାର୍ଚ୍ଚନା ଭୋଗ ରାଗ ସହ ଠାକୁରାଣୀଙ୍କୁ ଆରତୀ ବନ୍ଦାପନା କରାଯାଇଥିଲା, ଦେବୀ ପ୍ରସନ୍ନ ହୋଇ ଖୁସିବ୍ୟକ୍ତ କରିଥିଲେ । ବିଶେଷ କରି ଠାକୁରାଣୀଙ୍କ ଘଟଯାତ୍ରାରେ ଭକ୍ତି ଭାବାବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ବନ୍ଧୁ ପରିଜନମାନଙ୍କ ସହିତ ଘରଦ୍ୱାର ଆଗରେ ଦେବୀଙ୍କ ଭୋଗ ଅର୍ପଣ ଓ ପୂଜାର୍ଚ୍ଚନା ଆଦି ଦୃଶ୍ୟ ଅତ୍ୟନ୍ତ ଭକ୍ତି ଭାବାପନ୍ନ କରିଥିଲା । ବିବିଧତା ମଧ୍ୟରେ ଭିନ୍ନତାର ସହ ଉଦ୍ଭୟ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟର ସାନ୍ନିଧ୍ୟ ଦେବୀ ଭାବେ ଯୁଗେ ଯୁଗେ ମା’ ରାମାୟାଣାମ୍ମା ଠାକୁରାଣୀ ଜନମାନସରେ ପରିଚିତ ହୋଇଆସିଛନ୍ତି । ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି । ଏଭଳି ଭକ୍ତବତ୍ସଳ ଲୀଳାମୟୀ ଠାକୁରାଣୀଙ୍କ ପାରମ୍ପରିକ ଶାକ୍ତ ଧର୍ମର ପରମ୍ପରା ସମ୍ପନ୍ନ ସଂସ୍କୃତି ଓଡ଼ିଶାରେ ବିରଳ ଏବଂ ଦେବୀଙ୍କ ଅପାର ମହିମା ଲୀଳା, ଧର୍ମ ଦୁର୍ଲ୍ଲଭମୟ ଓ ସମ୍ପୂର୍ଣ୍ଣ ନିଆରା ଅଟେ । ଏହି ଯାତ୍ରା ଚଳିତ ଜୁନ୍ ମାସ ୫ ତାରିଖରେ ଉଦ୍ଯାପିତ ହେବ । ଉଦ୍ଯାପନ ଦିବସ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଉତ୍ସବ ମୁଖର ବୃଦ୍ଧି ପାଇବାରେ ଲାଗିଛି, ସେତିକି ଜନତାଙ୍କ ଗହଳି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଭକ୍ତବତ୍ସଳ ଲୀଳାମୟୀ ଠାକୁରାଣୀଙ୍କ ପାରମ୍ପରିକ ଶାକ୍ତଧର୍ମ ସମ୍ପନ୍ନ ସଂସ୍କୃତି ପରମ୍ପରା ଆମରାଜ୍ୟରେ ବିରଳ ଅଟେ ।