jsm

ଜଳଛତ୍ର ଖୋଲି ବାଟରେ ଯାଉଥିବା ବାଟୋଇମାନଙ୍କୁ ଦହି ଓ ଲେମ୍ବୁ ପାଣି ବଣ୍ଟନ କଲେ ବସୁଧା ମିଡ଼ିଆର କର୍ମକର୍ତ୍ତା

csstore
  • ଏହାକୁ ପ୍ରମାଣିତ କରିଛନ୍ତି ବସୁଧା ମିଡ଼ିଆର କର୍ମକର୍ତ୍ତା
  • ପ୍ରଚଣ୍ଡ ତାତିକୁ ଅସହ୍ୟ ଗୁଳୁଗୁଳି
  • ହନ୍ତସନ୍ତ ହେଉଛି ଜନ ଜୀବନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବ ସେବା ହିଁ ମାଧବ ସେବା, ପ୍ରଚଣ୍ଡ ଖରାରେ ତୃଷ୍ଣାର୍ତ୍ତକୁ ଜଳ ମୁଁଦିଏ ଦେବାଠୁ ବଳି ପୁଣ୍ୟ ଆଉ କଣ ଅଛି ? ତେବେ ଏହା ମଧ୍ୟରେ ବାଟୋଇମାନଙ୍କୁ ଜଳଛତ୍ର କରି ପାଣି ମୁଁଦିଏ ଦେଇ ତାଙ୍କ ମୁଁହରେ ହସ ଫୁଟେଇଛନ୍ତି ଗଣମାଧ୍ୟମର ପ୍ରତିନିଧି ତଥା ବସୁଧା ମିଡ଼ିଆର ଏଡିଟର ଦୁର୍ଲଭ କୁମାର ମହାରଣା । ମଧୁପାଟଣା ଥାନା ସମ୍ମୁଖରେ ପୋଲିସ ବନ୍ଧୁମାନଙ୍କ ସହଯୋଗରେ ଗୋଟିଏ ଜଳଛତ୍ର ଖୋଲି ବାଟରେ ଯାଉଥିବା ବାଟୋଇମାନଙ୍କୁ ଦହି ଲେମ୍ବୁ ପାଣି ବଣ୍ଟନ କରିଥିଲେ । ତେବେ ଖୁସିର ବିଷୟ ମଧୁପାଟଣା ଥାନା ଇନ୍ସପେକ୍ଟର ଚିତ୍ତ ରଞ୍ଜନ ରାଉତ, ଟ୍ରାଫିକ ଥାନା ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଯୋଗଦେଇ ବାଟୋଇମାନଙ୍କୁ ଦହି ଲେମ୍ବୁ ପାଣି ବଣ୍ଟନ କରିବା ସହ ପ୍ରଚଣ୍ଡ ଖରାରୁ କିପରି ନିଜକୁ ସୁରକ୍ଷିତ ରଖିବେ ପରାମର୍ଶ ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଟ୍ରାଫିକ ପୋଲିସର କିଛି କର୍ମଚାରୀମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.