
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଜଣେ ସକ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ନାରାୟଣ ରଥଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ମଂଚର ସଭାପତି ପ୍ରଭାକର ମିଶ୍ରଙ୍କ ଆହ୍ୱାନ କ୍ରମେ ସ୍ୱର୍ଗତ ଶିବ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସ୍ୱର୍ଗତ ରଥଙ୍କ ଫଟୋଚିତ୍ର ଉପରେ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ସଭ୍ୟମାନଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉକ୍ତ ଅବସରରେ ମଂଚର ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ଉପଦେଷ୍ଟା ଦୁର୍ଗା ପ୍ରସାଦ ହୋତା, ସଭାପତି ପ୍ରଭାକର ମିଶ୍ର, ଉପସଭାପତି ଅଶୋକ କୁମାର ଚାନ୍ଦ, ଉପସଭାପତି ହରେକୃଷ୍ଣ ମେହେର, ସମ୍ପାଦକ କପିଳେଶ୍ୱର ଖମାରୀ, ସଭ୍ୟ ଅଭିରାମ ପ୍ରଧାନ, ନବୀନ କୁମାର ନନ୍ଦ, ଆର୍ତ୍ତତ୍ରାଣ ମିଶ୍ର, ବ୍ରଜ କିଶୋର ପଣ୍ଡା ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏତଦ୍ ବ୍ୟତୀତ ଉକ୍ତ ଶୋକସଭାର ଆୟୋଜନ ନିମନ୍ତେ ମଂଚର ସଂଗଠନ ସମ୍ପାଦକ ବିନୟ କୁମାର ମିଶ୍ର, ସହ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ, ସଭ୍ୟ ବିପିନ ବିହାରୀ ପୁରୋହିତ, ରଞ୍ଜନ ରାଉତ, ଚୈତନ୍ୟ ପଟେଲ, କୃଷ୍ଣଚନ୍ଦ୍ର ନାଥ, ଚିତ୍ତ ରଂଜନ ପଟେଲ, ଗୋବିନ୍ଦ ମିଶ୍ର, ସତ୍ୟ ନାରାୟଣ ନାଏକ, ଶ୍ୟାମ ସୁନ୍ଦର ମିଶ୍ର ଏବଂ ଦାମୋଦର ଓତା ପ୍ରମୁଖ ଅକ୍ଲାନ୍ତ ସହଯୋଗ ଏବଂ ପରିଶ୍ରମ କରି ସଭା କାର୍ଯ୍ୟକୁ ସଫଳ କରିଥିଲେ । ସ୍ୱର୍ଗତ ଶିବ ରଥ ଜଣେ ମେଳାପି, ସ୍ପଷ୍ଟବାଦୀ, ଉଚ୍ଚ ଅଭିଳାଷୀ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ସେ ବଲାଙ୍ଗିର ଜିଲ୍ଲାର ରେଳ ଉପଭୋକ୍ତ ସଂଘ, ନାଗରିକ କମିଟି, ବ୍ରାହ୍ମଣ ମହାସଭା ତଥା ପର୍ଶୁରାମ ବାହିନୀର ଜଣେ ସକ୍ରିୟ ସଦସ୍ୟ ଥିଲେ ଏବଂ ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମମାନଙ୍କରେ ଓତଃପ୍ରୋତ ଭାବରେ ଜଡିତ ଥିଲେ । ଏହି ବ୍ୟକ୍ତିଙ୍କ ବିୟୋଗରେ ଅନେକ ଅନୁଷ୍ଠାନର ଶୂନ୍ୟସ୍ଥାନ ଅପୂରଣୀୟ ରହିଯିବ ବୋଲି ସ୍ମୃତି ଚାରଣ ସମୟରେ ସଭ୍ୟମାନେ ମତ ପ୍ରଦାନ କରିଥିଲେ । ପରେ ସଭାପତିଙ୍କ ପରାମର୍ଶରେ ସଭା ସାଙ୍ଗ ହୋଇଥିଲା ।