oom

ଉଦ୍ୟୋଗିକ ବିକାଶ ତାଲିମ ଶିବିର : ବ୍ଲିସ୍‌ ଅଫ ଇଗ୍ନୋରାନ୍‌ସ ପୁସ୍ତକ ଉନ୍ମୋଚନ

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ୨ଟି ଉଦ୍ୟୋଗିକ ବିକାଶ କାର୍ୟ୍ୟକ୍ରମ ସୋଫିଟୋରିୟମ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍‌, ଖୋର୍ଦ୍ଧା ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଚେୟାରମ୍ୟାନ ଡ. ହିମାଂଶୁ ମୋହନ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ଆବିଆଇର ପ୍ରାକ୍ତନ ଡେପୁଟି ଗଭର୍ଣ୍ଣର ହାରୁନ୍‌ ରସିଦ ଖାଁ ଦ୍ୱାରା ଉଦଘାଟିତ ଏହି ତାଲିମ ଶିବିରରେ ମୁଖ୍ୟ ବକ୍ତା ଭାବେ ଏଫଏମ ବିଶ୍ୱବିଦ୍ୟାଳୟର ପୁର୍ବତନ ଭାଇସ୍‌ ଚାନେସ୍‌ ଲୋର ତଥା ପ୍ରଧ୍ୟାପକ ଡ.କୁମରବର ଦାସ ପ୍ରମୁଖ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିବା ସହ ସଫଳ ଉଦ୍ୟୋଗି ହେବା ପାଇଁ ଆହ୍ୱାନ ଦେଇଥିଲେ । ବିଶିଷ୍ଠ ଗାନ୍ଧୀ ଦର୍ଶନ ଗବେଷକ ଓ ସ୍ତମ୍ବକାର ଗୌରାଙ୍ଗ ଚରଣ ପରିଡାଙ୍କ ପୁଅ ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ପ୍ରଧ୍ୟାପକ ଡ, ଆବାସ ପରିଡାଙ୍କ ଇଂରାଜୀ ପୁସ୍ତକ ବ୍ଲସ୍‌ ଅଫ ଇଗ୍ନୋରାନ୍‌ସକୁ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ନିର୍ଦ୍ଦେଶକ ଡ.ପ୍ରଣତୀ ମିଶ୍ର ଶିବିର ଲକ୍ଷ୍ୟ, ପ୍ରାସଙ୍ଗିତା ଉପରେ ଆଲୋକପାତ କରିଥିଲେ । ବରିଷ୍ଟ ଫାକ୍ୟୁଲିଟି ସୁଭଶ୍ରୀ ବାରିକ ଓ ସଂଗ୍ରାମ ବଡଜେନା ଏଥିରେ ସହ ଯୋଗ କରିଥିଲେ । ଶେଷରେ ଭାରପ୍ରାପ୍ତ ଅଧିକାରୀ ବିଏନ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.