jayashree

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତୀୟ ହକର ଦିବସ ପାଳିତ

  • ଖବରକାଗଜ ବିକ୍ରେତା ମାନଙ୍କ ସମ୍ମାନଜନକ ଜୀବନ ପାଇଁ ଆନ୍ଦୋଳନ ସହିତ ସଂଗଠନକୁ ମଜବୁତ ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ମେ ୨୬ ଅନ୍ତର୍ଜାତୀୟ ହକର ଦିବସ ଅବସରରେ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର -୧୬ ଠାରେ ଅନୁଷ୍ଠିତ ହୋଇଯାଇଛି । ଦିବସ ପାଳନ ପୂର୍ବରୁ ଆସୋସିଏସନର ସଭାପତି ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ତାଙ୍କର ଅମ୍ଲାନ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ରାଉରକେଲା ହକର୍ସ ଆସୋସିଏସନ୍‌ର ଉପସଭାପତି ମିହିର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସାଧାରଣ ସମ୍ପାଦକ ତଥା ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଆଇନ୍ ଉପଦେଷ୍ଟା ଏଡଭୋକେଟ ରାଜ କିଶୋର ପ୍ରଧାନ, ଶରତ ପଣ୍ଡା, କିଶୋର ରାଉତ, ଅଶେଷ ବିଶ୍ଵାଳ, ଆର୍ତ୍ତତ୍ରାଣ ବେହେରା, ଶୁଭେନ୍ଦୁ ପାତ୍ର, ମନୋଜ ପଟ୍ଟନାୟକ, ଅନିରୁଦ୍ଧ ଜେନା,ବାଦଲ ଘୋଷ,ଆନନ୍ଦ କୋଲେ, ଅଶୋକ ସାହୁ, ସମୀର ରାଜହଂସ, ବ୍ରଜ କିଶୋର ନାୟକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାସ, କୁଞ୍ଜବିହାରୀ ରାଉତ, ସଂଗ୍ରାମ ଭୁୟାଁ, ସସ୍ମିତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଖବରକାଗଜ ବିକ୍ରେତା ମାନଙ୍କ ସମ୍ମାନଜନକ ଜୀବନ ଓ ବଂଚିବାର ଅଧିକାର ପାଇଁ ଆନ୍ଦୋଳନକୁ ଆଗାମୀ ଦିନରେ ତୀବ୍ର କରିବା ସହିତ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ୪ ଜଣ ଆସୋସିଏସନର ବରିଷ୍ଠ ସଦସ୍ୟ ହରେକୃଷ୍ଣ ମାଣିକ, କେଶବ ଜେନା, ଶିବାନନ୍ଦ ସାହୁ, ନିରଞ୍ଜନ ସାମଲ ପ୍ରମୁଖଙ୍କୁ ବରିଷ୍ଠ ସଦସ୍ୟ ଭାବରେ ଆସୋସିଏସନର ସାଧାରଣ ସମ୍ପାଦକ ବିମାନ ମାଇତି ଓ ଅନ୍ୟାନ୍ୟ ନେତୃତ୍ୱ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ରାଉରକେଲା ହକର ଭାଇ ଭଉଣୀ ମାନଙ୍କ ବିଭିନ୍ନ ସମସ୍ୟା, ସାମାଜିକ ସୁରକ୍ଷା, ସରକାରୀ ପ୍ରୋତ୍ସାହନ ଓ ଭତ୍ତା ପାଇଁ ଲଢ଼େଇକୁ ତୀବ୍ର କରିବା ପାଇଁ ନିଷ୍ପତ୍ତି କରାଯାଇଛି ।

Leave A Reply

Your email address will not be published.