
ବରଗଡ, (ମୁନ୍ନା ସାହୁ) : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଗେଟ୍ ନିର୍ମାଣ ଦୁର୍ନୀତିରେ ସାମିଲ ଥିବା ଅଧିକାରୀ ଓ ଠିକାଦାରଙ୍କ ନାମରେ ଗତକାଲି ଏତଲା ଦେଇଥିଲା ବିଜେଡି । କିନ୍ତୁ ଆଜି ଅଭିଯୋଗ ପତ୍ର ରେଜିଷ୍ଟର କରାଯାଇ ନଥିବା ଘଟଣାକୁ ନେଇ ଟାଉନ ଥାନାର ଦ୍ୱାରସ୍ଥ ହେଲେ ବିଜେଡିର ଏକ ଦଳ । ମଙ୍ଗଳବାର ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ବିଜେଡି କର୍ମୀ ବରଗଡ଼ ଟାଉନ ଥାନା ଅଧିକାରୀଙ୍କୁ କେସ୍ କେଉଁ କାରଣରୁ ଏପର୍ଯ୍ୟନ୍ତ ରେଜିଷ୍ଟର କରାଯାଇ ନାହିଁ ବୋଲି ପ୍ରଶ୍ନ କରାଯାଇଛି । ସନ୍ଧ୍ୟା ସୁଦ୍ଧା କେଶ ରେଜିଷ୍ଟର ନହେଲେ ଆସନ୍ତା କାଲି ଥାନା ଘେରାଓ ହେବ ବୋଲି ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି ।