jayashree

ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୬ ମୃତ : ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଠାରେ ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲୁଥିବାବେଳେ ଶ୍ୱାସ ରୁଦ୍ଧ ହୋଇ ୬ ଜଣଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ ଗୌଡ଼ କରଲାଖୁଣ୍ଟା ଗାଁର ନିମାଇଁ ପାଲ (୪୮), ତାଙ୍କ ପୁଅ ଆକାଶ ପାଲ (୨୮), ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫), ମନୋରଞ୍ଜନ ହାତୀ (୨୭), ଛନ୍ଦା ଜାଲ, ବିପୁଲ ଜାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଙ୍କଜ ଯାନୀ (୩୨)ଙ୍କୁ ଏମ ରାମପୁର ମେଡ଼ିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Leave A Reply

Your email address will not be published.