
ବିପ୍ର ଫାଉଣ୍ଡେସନ ଓ ବିପ୍ର ମହିଳା ପ୍ରକୋଷ୍ଠ ଟିଟିଲାଗଡ଼ ଶାଖାର ଏକ ସଂଯୁକ୍ତ ସାଧାରଣ ସଭା ଓ ପଦଭାର ଗ୍ରହଣ ସମାରୋହ ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବିପ୍ର ଫାଉଣ୍ଡେସନର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅତ୍ୟନ୍ତ କମ୍ ସମୟର ସୂଚନା ସତ୍ତ୍ୱେ ମଧ୍ୟ ସମାଜର ବନ୍ଧୁମାନଙ୍କର ବହୁ ସଂଖ୍ୟକ ଉପସ୍ଥିତି ଦେଖିବାକୁ ମିଳିଥିଲା ଏବଂ ନବଗଠିତ ଟିମ୍କୁ ବରିଷ୍ଠ ଜନଙ୍କର ଆଶୀର୍ବାଦ ମିଳିଥିଲା । ବୈଠକରେ ସର୍ବସମ୍ମତିକ୍ରମେ ପୁରୁଷ ଶାଖାର ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା । ଯେଉଁଥିରେ ଗଙ୍ଗାଧର ଶର୍ମାଙ୍କୁ ସଭାପତି, ଅମିତ ଶର୍ମାଙ୍କୁ ସଚିବ ଏବଂ ପୀୟୁଷ ଶର୍ମାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଉପସଭାପତି ଭାବେ ନେମି ଶର୍ମା (ପିଙ୍କୁ ଶର୍ମା) ଓ ସୁନୀଲ ଶର୍ମା (ପଣ୍ଡିତଜୀ), ଯୁଗ୍ମ ସଚିବ ଭାବେ ଆଶିଷ ଶର୍ମା (ପିଣ୍ଟୁ ଶର୍ମା) ଓ ପ୍ରମୋଦ ଭାରଦ୍ୱାଜ (ପଣ୍ଡିତଜୀ)ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସଂଗଠନର ମାର୍ଗଦର୍ଶନ ପାଇଁ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ ପରାମର୍ଶଦାତା କମିଟିରେ ଦେବୀପ୍ରସାଦ ଶର୍ମା, ରାଜକୁମାର ଶର୍ମା (ରାଜିଆ ଶର୍ମା), ସୂର୍ଯ୍ୟ ପ୍ରକାଶ ଶର୍ମା, ମହେଶ ଇନ୍ଦୌରିଆ, ଡା.ଏଲ୍.ଡି ଶର୍ମା, ରାଜକୁମାର ଶର୍ମା, ନନ୍ଦକିଶୋର ଇନ୍ଦୌରିଆ, ପିତାମ୍ବର ଶର୍ମା, ପ୍ରଦୀପ ଶର୍ମା ଏବଂ ସଞ୍ଜୟ ଶର୍ମାଙ୍କୁ ସାମିଲ କରାଯାଇଥିଲା । ପୁରୁଷ ଶାଖାର କାର୍ଯ୍ୟକାରିଣୀରେ ବଜରଙ୍ଗ ଶର୍ମା, ଦିନେଶ ଶର୍ମା, ଈଶ୍ୱର ଶର୍ମା, ଜୀବନଲାଲ ଶର୍ମା, ନିରଞ୍ଜନ ଶର୍ମା, ନିର୍ମଳ ଶର୍ମା, ରାହୁଲ ଶର୍ମା, ଶଙ୍କର ଶର୍ମା, ଶିବଜୀ ଶର୍ମା ଓ ଟିନୁ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମହିଳା ପ୍ରକୋଷ୍ଠ ଟିଟିଲାଗଡ଼ ଶାଖାର ନୂତନ କାର୍ଯ୍ୟକାରିଣୀରେ ନୀନୁ ଶର୍ମାଙ୍କୁ ସଭାନେତ୍ରୀ, ବବିତା ଶର୍ମାଙ୍କୁ ଉପସଭାନେତ୍ରୀ, ଶୋଭା ଶର୍ମାଙ୍କୁ ସଚିବ, ଶ୍ୱେତା ଶର୍ମା ଓ ଦୁର୍ଗା ଶର୍ମାଙ୍କ ସହ-ସଚିବ ଏବଂ ପ୍ରିୟା ଶର୍ମାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ମହିଳା ପ୍ରକୋଷ୍ଠର କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ମଧ୍ୟରେ ପ୍ରିୟା ଇନ୍ଦୌରିଆ, ଅନୀତା ଶର୍ମା, ଅଞ୍ଜୁ ଶର୍ମା, କୁସୁମ ଶର୍ମା, ସୁଶୀଳା ଶର୍ମା, ନୀତୁ ଶର୍ମା, ପ୍ରିୟା ଶର୍ମା, ପରିଧି ଶର୍ମା, ଶ୍ୟାମା ଶର୍ମା ଓ ଅନୁ ଶର୍ମାଙ୍କୁ ସାମିଲ କରାଯାଇଥିଲା । ସାଧାରଣ ସଦସ୍ୟାମାନଙ୍କ ମଧ୍ୟରେ ମଣିମାଳା ଶର୍ମା, ସୁମନ ଶର୍ମା, ସୋନିଆ ଶର୍ମା, ପିଙ୍କି ଶର୍ମା, ଜ୍ୟୋତି ଶର୍ମା, ଲକ୍ଷ୍ମୀ ଶର୍ମା, ସବିତା ଶର୍ମା, କିରଣ ଶର୍ମା, ରାଜଶ୍ରୀ ଶର୍ମା, ପିକ୍ସି ଶର୍ମା, ଗଙ୍ଗା ଶର୍ମା, ଭାରତୀ ଶର୍ମା ଏବଂ ସନ୍ଧ୍ୟା ଶର୍ମାଙ୍କର ଉପସ୍ଥିତି ଓ ସକ୍ରିୟ ସହଭାଗିତା ରହିଥିଲା । ଏହି ଅବସରରେ ମହିଳା ପ୍ରକୋଷ୍ଠର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ଗଙ୍ଗାଦେବୀ ଶର୍ମା, ନୀନୁ ଶର୍ମା ଓ ଦୁର୍ଗା ଶର୍ମା ନବନିର୍ବାଚିତ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ ପଦଭାର ହସ୍ତାନ୍ତର କରିଥିଲେ । ସେହିପରି ପୁରୁଷ ଶାଖାର ଗତବର୍ଷର ସଚିବ ଅମିତ ଶର୍ମା (ମିଣ୍ଟୁ ଶର୍ମା) ଓ କୋଷାଧ୍ୟକ୍ଷ ପୀୟୁଷ ଶର୍ମା ମଧ୍ୟ ସଭାରେ ଉପସ୍ଥିତ ଥିଲେ । ପୂର୍ବତନ ସଭାପତି ଅରୁଷ ଶର୍ମା ଆବଶ୍ୟକ କାର୍ଯ୍ୟରେ ସହର ବାହାରେ ଥିବାରୁ ଯୋଗ ଦେଇପାରିନଥିଲେ, କିନ୍ତୁ ସେ ନିଜର ଶୁଭେଚ୍ଛା ପ୍ରେରଣ କରିଥିଲେ । ବୈଠକରେ ସମାଜ ହିତ ଓ ସେବାମୂଳକ କାର୍ଯ୍ୟକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସଭାପତି ଗଙ୍ଗାଧର ଶର୍ମା ସମସ୍ତ ବରିଷ୍ଠ ଜନ, ମହିଳା ପ୍ରକୋଷ୍ଠ, ଯୁବ ସାଥୀ ଓ ସମାଜ ବନ୍ଧୁମାନଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ, ସମସ୍ତଙ୍କ ସହଯୋଗ ଓ ବିଶ୍ୱାସରେ ବିପ୍ର ଫାଉଣ୍ଡେସନ ଆଗାମୀ ସମୟରେ ସମାଜସେବା କ୍ଷେତ୍ରରେ ଆହୁରି ସକ୍ରିୟ ଭାବେ କାର୍ଯ୍ୟକରିବ ।