
ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ଗ୍ରୀଡ଼ରେ ଲାଗିଲା ନିଆଁ । ବଲାଙ୍ଗିର ସହରର ସଦାଇପାଲି ଗ୍ରୀଡ଼ରେ ନିଆଁ ଲାଗିଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତୁରନ୍ତ ଖବର ପାଇ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଯୋଗୁଁ ବନ୍ଦ ରହିଥିଲା ବିଦ୍ୟୁତ ସେବା । ବଢ଼ୁଛି ଅସମ୍ଭାଳ ତାତି । ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି । ଏତିକି ବେଳେ ଗ୍ରୀଡ଼୍ରେ ନିଆଁ ଲାଗିବା ଘଟଣା ସାଧାରଣ ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରିପକାଇଛି । ଅନ୍ୟ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ସୀମା ବାହାର ଅତିଷ୍ଟ କରୁଥିବା ବେଳେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଉଛି ।