
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ସ୍ଥାନୀୟ ମିଶନ ପଡ଼ିଆରେ ଗତ ମେ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ପାୟୋନିଅର ୧୨ ବର୍ଷରୁ କମ୍ ବୟସର ଜୁନିଅର୍ ଡ୍ୟୁସ ବଲ୍ ଟି ଟ୍ୱେଣ୍ଟି କ୍ରିକେଟ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିରର ୫ଟି ଦଳ ଅଂଶ ଗ୍ରହଣ କରିଥିଲେ । ଲିଗ ମ୍ୟାଚ୍ ପରେ ପଏଣ୍ଟ ଓ ଜିତହାରକୁ ନେଇ ଆଜି ଦୁଇଟି ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପାଇନର କିଙ୍ଗ, ପାଇନର ୱାରିଅର, ପାଇନର ଲାୟନ୍ ଓ ସାନଭି କ୍ରିକେଟ୍ ଏକାଡେମୀର ଜୁନିୟର ଟିମ୍, ପାଇନର ଚାମ୍ପିୟନ ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରତେକ ମ୍ୟାଚରେ କୁନି ଖେଳାଳୀମାନେ ତାଙ୍କର ଖେଳ ପ୍ରତିଭା ବେଶ୍ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ । ଯେଉଁଥିରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ପାଇନର ୱାରିଅର ଏବଂ ପାଇନର ଚାମ୍ପିୟନ୍ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଆଜି ଉଭୟ ଦଳ ମଧ୍ୟରେ ଫାଇନାଲ ମେଚ ଖେଳ ହୋଇଥିଲା । ୨୦ ଓଭର ବିଶିଷ୍ଟ ମ୍ୟାଚରେ ଟସ୍ ଜିତି ପାଇନର ଚାମ୍ପିୟନ୍ ପାଇନର ୱାରିଅରକୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରିତ କରିଥିଲା । ପାୟୋନିଅର ୱାରିଅର ୧୫୫ ରନ୍ କରିଥିବାବେଳେ ୧୫୬ର ବିଜୟ ଲକ୍ଷଥିଲା । ପ୍ରତିପକ୍ଷ ଟିମ୍ ପାୟୋନିଅର ଚାମ୍ପିୟନ୍ ବ୍ୟାଟିଙ୍ଗ ଆରମ୍ଭ କରି ୧୮ ଓଭରରେ ଆବଶ୍ୟକ ରନ୍ ୧୫୭ ରନ ସଂଗ୍ରହ କରି ଚାମ୍ପିୟନ୍ ହୋଇଥିଲା । ଦଳପକ୍ଷରୁ କପ୍ତାନି ଇନିଙ୍ଗସ ଖେଳି ଅକ୍ଷର ଜେନ ୧୧୭ ରନ କରି ନିଜ ଟିମ୍କୁ ଜିତାଇଥିଲେ ଏବଂ ସେ ମ୍ୟାନ ଅଫ ଦି ମ୍ୟାଚ ସହ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ । ଶିଶୁ ଖେଳାଳୀଙ୍କ କ୍ରିକେଟ ଖେଳ ପ୍ରତିଭାକୁ ସୁଯୋଗ ଦେବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ଥିଲା । ଯେଉଁଥିରେ ସବୁ ଦଳର କୁନି ଖେଳାଳୀମାନେ ତାଙ୍କ ପ୍ରତିଭା ପ୍ରଦର୍ଶିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ଶତକ ୧୦ଟି ଅର୍ଦ୍ଧଶତକ ବ୍ୟକ୍ତିଗତ ପାରି ଖେଳି କୁନି ଖେଳାଳୀ ତାଙ୍କର ବ୍ୟାଟିଂ ଦକ୍ଷତା ଦେଖାଇଥିଲେ । ସେହିପରି ବୋଲିଙ୍ଗର ମଧ୍ୟ କିଛି ବଳର ଉତ୍କୃଷ୍ଟ ବୋଲିଙ୍ଗ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ବଲର ପୂରବ ନାୟକ ୪ ଓଭର ସ୍ପେଳରେ ୫ଟି ୱିକେଟ ନେଇ ଶ୍ରେଷ୍ଠ ବଲର ବିବେଚିତ ହୋଇଥିଲେ । ସେହିପରି ଶ୍ରେଷ୍ଠ କିପରି ଭାବରେ ତାନିଶ, ଶ୍ରେଷ୍ଠ ଫିଲ୍ଡର ରୋଶନ, ଶ୍ରେଷ୍ଠ ଉଦୟୀମାନ ଖେଳାଳୀ ଭାବରେ ଆକାଶ, ଆଦର୍ଶ ଶୃଙ୍ଖଳିତ ଖେଳାଳୀ ଭାବରେ ଶ୍ରେୟଂଶ ଓ ଆୟାଂଶ, ଶୃଙ୍ଖଳିତ ଦଳ ଭାବରେ ପାୟୋନୀୟର କିଙ୍ଗ, ଭଲ ଆମ୍ପାୟରିଂ ପାଇଁ ଶିବରାଜ ପଣ୍ଡା ଓ ପ୍ରତୀକ ଘିବେଲା ପୁରଷ୍କୃତ ହୋଇଥିଲେ । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ, ସମ୍ମାନିତ ଅତିଥି ଜିଲ୍ଲା ପୁରୁଷ କ୍ରିକେଟ କୋଚ ଓ ସିଲେକ୍ଟର ସୂର୍ୟ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡ଼ା ସଂସଦ ବରିଷ୍ଠ ସଦସ୍ୟ ହରିବନ୍ଧୁ ପାଣି ଓ ପାୟୋନିୟର କ୍ରିକେଟ ଏକାଡେମୀରେ ଅଧ୍ୟକ୍ଷ ସୁଶାନ୍ତ କୁମାର ଠାକୁର ଉପସ୍ଥିତ ଥିଲେ । ସାମ୍ବାଦିକ ତଥା ଶେଖ୍ ମହମ୍ମଦ ୱାହିଦ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳୀ ସୁଦର୍ଶନ ବାଗ, ପୂର୍ବତନ ବରିଷ୍ଠ ଖେଳାଳୀ ମେହେତାବ ଖାନ୍, ଯୁବ ଖେଳାଳୀ ଆର୍ୟନ ଠାକୁର, ଆୟୁଷ ଠାକୁର ଆନିଶ ବାରିକ, ରଜତ ଭାଟି, କେନିଲତ୍ ପାଲ୍ ନାଗ, ଆର୍ୟନ ବାରିକ, ପ୍ରତୀକ ଘିବେଲା, ମନ୍ମଥ, ମହିଳା ଖେଳାଳୀଙ୍କ ମଧ୍ୟରେ ଦିୟା, ଶ୍ରେୟା ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଖେଳାଳୀ ଆଲୋକ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।