jayashree

ପ୍ରତିଭା ଆବାସିକ କଲେଜ୍‌ର ଛାତ୍ର ବିଘ୍ନେଶ ଚୌଧୁରୀ ଅଷ୍ଟମ ସ୍ଥାନରେ ଓଡ଼ିଶା ଟପ୍ପର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ହାସଲ କରି ଗୌରବ ଅର୍ଜନ କରିଛନ୍ତି । ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ଜଣେ ମାତ୍ର ଛାତ୍ର ବିଘ୍ନେଶ କୁମାର ଚୌଧୁରୀ ୫୯୦ ନମ୍ବର ରଖି ରାଜ୍ୟରେ ପ୍ରଥମ ଦଶଜଣଙ୍କ ମଧ୍ୟରୁ ବିଘ୍ନେଶ ଅଷ୍ଟମ ସ୍ଥାନରେ ଟପର ହୋଇପାରିଛନ୍ତି । ଏହା ଛତ୍ରପୁର ସହର ପାଇଁ ଗୌରବ ଆଣିଦେଇଛି । ବିଘ୍ନେଶ କୁମାର ଚୌଧୁରୀଙ୍କ ପିତା ଅରୁଣ କୁମାର ଚୌଧୁରୀ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କର ଜଣେ ଅର୍ଡରଲି-ପିଅନ ଭାବେ କାର୍ଯ୍ୟ କରୁଅଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷରେ ଯୁକ୍ତଦୁଇ ପରୀକ୍ଷାରେ ସର୍ବମୋଟ ୧୮୮ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ୯୦ ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୪୪ଜଣ ଦ୍ୱିତୀୟ ଶ୍ରେଣୀରେ ୩୮ଜଣ ଓ ତୃତୀୟ ଶ୍ରେଣୀରେ ୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅନୁଷ୍ଠାନ ପରିସରରେ ଗୁରୁବାର ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ କୃତ୍ତି ବିଦ୍ୟାର୍ଥୀମାନଙ୍କୁ ଗୁରୁମନ୍ତ୍ର ଦେଇ ମାନପତ୍ର ସହ ଉପହାର ଓ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଛାତ୍ରଛାତ୍ରୀମାନେ ଏହି ସଫଳତାର ଶ୍ରେୟ ଅନୁଷ୍ଠାନର ମୁଖ୍ୟ ତଥା ଡିନ୍ ଚିନ୍ମୟ କୁମାର ଦାଶଙ୍କୁ ସାଧୁବାଦ ଜଣାଇଛନ୍ତି । କଲେଜର ପରିଚାଳକ, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଗୁରୁଜନ ଓ ନିଜର ପିତାମାତାଙ୍କୁ ବିଦ୍ୟାର୍ଥିମାନେ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.