csstore

ଜୁନିଅର ରେଡ୍‌କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଜୁନିଅର ରେଡ୍‌କ୍ରସ ଡୁଙ୍ଗୁରିପାଲି ବ୍ଲକ ଓ ସାହିତ୍ୟ ଓ ସାଂସ୍କୃତିକ ସଂସଦ ତରଫରୁ ସାହିତ୍ୟ ଓ ସାଂସ୍କୃତିକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ପଥଚାରୀ, ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ସାପ୍ତାହିକ ବଜାର ରାସ୍ତାରେ ଜଳଛତ୍ର କରାଯାଇଥିଲା । ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗଣେଶ କିଷାନ୍ ମୁଖ୍ୟ ଅତିଥି ଭାବେ, ଜିଲ୍ଲା ଜୁନିଅର ରେଡ୍‌କ୍ରସ ଅଫିସର ଚନ୍ଦ୍ରମଣି ବାଘ, ପୂର୍ବତନ ଜୁନିଅର ରେଡ୍‌କ୍ରସ ଅଫିସର ସୁରେଶ ପ୍ରଧାନ ଓ ରବିଚନ୍ଦ୍ର ପଶାୟତ ସାହିତ୍ୟ ଓ ସାଂସ୍କୃତିକ ସଂସଦର ସମ୍ପାଦକ ଅମୂଲ୍ୟ ବେହେରା, ସଭ୍ୟ କିଶୋର ମେହେର, ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦନ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ସାଂସ୍କୃତିକ ସଂଘର ସଭ୍ୟା ଓ ଡୁଙ୍ଗୁରିପାଲି ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର କାଉନ୍‌ସେଲର ହୃଷିକେଶ ଡାଙ୍ଗ, ଦୌଲତ ସା, ଧୃବ ବାରିକ, ବିସିସି ନିମାଇଁ ଚରଣ ମଲ୍ଲିକ, କୁମୁଦ ମଟାରି, ସସ୍ମିତା ସାହୁ, ସୁନୀତା ପଧନ, ଆକୁନ୍ଦ ସାହୁ, ରମେଶ ପ୍ରଧାନ, ଓକିଲ ଭୁଏ, ଜୟ ପଧାନ, ଶଙ୍କର ପ୍ରସାଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.