
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ପ୍ରବଳ ଖରାକୁ ଗୁଳୁଗୁଳି ଆଉ ତା’ ସାଙ୍ଗକୁ ବିଦ୍ୟୁତ ବିଭାଗର ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ । ସାଧାରଣ ଜନତାଙ୍କୁ ହନ୍ତସନ୍ତ କରିପକାଉଛି । ଆଉ ଏହାକୁ ନେଇ ଆଜି ବଲାଙ୍ଗିର ବିଜେଡି ଇଲେକ୍ଟ୍ରି ଅଫିସ ଘେରାଉ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଞ୍ଛଣା ଦେଇ ଅଫିସ ଭିତରେ ରହିଲେ ଖାଲି ହେବନି, ବାହାରକୁ ବି ଆସ ଆପଣଙ୍କ ବିଭାଗର ମନମୁଖୀ ବିଦ୍ୟୁତ୍ କାଟ ଯୋଗୁଁ କିଭଳି ଭାବରେ ବଲାଙ୍ଗିର ଜନସାଧାରଣ ରହୁଛନ୍ତି, ଥରେ ଦେଖନ୍ତୁ ବୋଲି କହି ବିଜେଡି ଗର୍ଜିଥିଲା । ଏହାସହ ସାତ ଦିନର ସମୟ ଦେଉଛୁ ଆପଣ ତୁରନ୍ତ ସମସ୍ୟାର ସମାଧାନ ବାହାର କରନ୍ତୁ । ଯଦି ସାତ ଦିନ ଭିତରେ ସମସ୍ୟାର ସମାଧାନ ନ ହେଉଛି ତାହାହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ବିଜେଡି ନେତା ଓ ନେତ୍ରୀମାନେ ପ୍ରକାଶ କରିଛନ୍ତି ।