ସଂପର୍କରେ ଦେଲା ବିଷ : ଧରମ ଭାଇ ସାଜି ଲୁଟିନେଲା ୩୦ ହଜାର

ଭୁବନେ‌ଶ୍ୱର : ସଂପର୍କରେ ବିଷ ଦେଇ ଧରମ ଭାଇ ସାଜି ୩୦ ହଜାର ଟଙ୍କା ଲୁଟିନେବା ଭଳି ଏକ ଖବର ଆସିଛି । ବିଶ୍ବାସ ଜନ୍ମାଇ ଜଣେ ଯୁବତୀଙ୍କୁ ଯୁବକ ଜଣକ ଲୁଟ୍‌‌ କରିଛି । ଏହି ଘଟଣା କଳ୍ପନା ଟ୍ରାଫିକ୍‌ ଛକ ନିକଟରେ ଘଟିଥିବା ଜଣାପଡ଼ିଛି। ଟଙ୍କା ହରାଇଥିବା ମହିଳା ଜଣଙ୍କ ବିଶେଶ୍ବର ବସ୍ତିର ଲଳିତା ମୁଣ୍ଡା ହୋଇଥିବା ବେଳେ ତାଙ୍କ ଘର ଯାଜପୁର ସୁକିନ୍ଦା ଅଞ୍ଚଳ‌​ରେ ବୋଲି ଜଣାପଡ଼ିଛି। ଏକ ଘରୋଇ ହସ୍ପିଟାଲରେ ଲଳିତା କାର୍ୟ୍ୟ କରନ୍ତି । ଖାରବେଳ ନଗର ଥାନାରେ ସେ ଅଭିଯୋଗ କରିଥିବା ଜଣାପଡ଼ିଛି । ଲଳିତାଙ୍କ ଅଭିଯୋଗ ଅନୁସାରେ ଲୁଟ୍‌ କରିଥିବା ଯୁବକ ଜଣଙ୍କ ଦୁଇଦିନ ତଳେ ଏକ ଅଜଣା ନମ୍ବରରେ କଲ୍‌ କରି କହିଥିଲା- ‘ତୁମେ ମୋର ଭଉଣୀ ପରି। ମତେ ଧରମ ଭାଇ କର । ମୋର ଅସୁବିଧା ଅଛି, କିଛି ଟଙ୍କା ସାହାଯ୍ୟ କର । ପରେ ମୁଁ ୨ଲକ୍ଷ ଟଙ୍କା ଦେବି’ ବୋଲି କହିଥିଲା। ଏମିତି କହି ଲଳିତାଙ୍କୁ ତିନି ଦିନ ଧରି ଫୋନ୍‌ କଲା ପରେ ବୁଧବାର ଉଭୟ ରାମ ମନ୍ଦିର ନିକଟରେ ଭେଟ ହୋଇଥିଲେ । ଦେଖାହେବା ପରେ ହାତରେ ସୂତା ବାନ୍ଧି ତୁଳସୀ ଖୁଆଇ ଆଜିଠୁ ଭାଇ ଭଉଣୀ ବୋଲି ସତ୍ୟ କରିଥିଲେ । ପରେ ଦୁର୍ବୃତ୍ତ ଜଣଙ୍କ ଯୁବତୀଙ୍କୁ ବାଇକ୍‌ରେ ବସାଇ ବ୍ୟାଙ୍କକୁ ଯିବା କହି ସାଙ୍ଗରେ ନେଇଥିଲା । ହେଲେ ବାଟରେ ହେଲ୍‌ମେଟ ଚେକ୍‌ ହେଉଛି କହି ଯୁବତୀ ଜଣଙ୍କୁ ଓହ୍ଲାଇ ଦେଇ ଲଳିତା ପାଖରୁ ୩୦ହଜାର ଟଙ୍କା ଥିବା ବ୍ୟାଗ୍‌ ନେଇ ସେ ଚମ୍ପଟ ମାରିଥିଲା ।

Leave A Reply

Your email address will not be published.