
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଭବନ ଘେରିବେ ଦଳିତ ଆଦିବାସୀ ଗଣ ସଂଗଠନ । ପ୍ରେସ ବିଜ୍ଞପ୍ତିରେ ଦେଲେ ସୂଚନା । ରାୟଗଡ଼ା ଜିଲ୍ଲା ସିଜିମାଳିରେ ହୋଇଥିବା ବାରବର୍ଚିତ ଆକ୍ରମଣ ବନ୍ଦ କରି ୧୬୩ ବିଏନଏସ ପ୍ରତ୍ୟାହାର କରି ପେସା କାନୁନକୁ କଡାକଡ଼ି ପାଳନ କରି ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ସହ ଦଳିତ ଆଦିବାସୀ ପଛୁଆବର୍ଗଙ୍କ ସହ ସମସ୍ତ ଭୂମିହୀନଙ୍କୁ ଘରଡ଼ିହ, ଚାଷ ଜମି ପଟ୍ଟା ଦାବିରେ ରାଜଭବନ ଘେରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ଗଣ ସଂଗଠନ ତରଫରୁ ବିଶ୍ୱନାଥ ପାତ୍ର ଚେତାବନୀ ଦେଇ କହିଛନ୍ତି ।