୪୫୦୦ ଘର ଗଣ୍ଡ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମଣ୍ଡଳ ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଇଷ୍ଟଦେବ ବଡଦେଓଙ୍କ ପୂଜାର୍ଚ୍ଚନା ଓ ସାମୁହିକ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗିର ମଣ୍ଡଳ ସଭାପତି ଗଣନାଥ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁନ୍ତଲା ମଣ୍ଡଳ ସଭାପତି ଭଗବତ ଧରୁଆ ମୁଖ୍ୟ ଅତିଥି, ଜିଲ୍ଲା କମିଟି ସଦସ୍ୟ ମୁରଲୀଧର ମଲ୍ଲିକ ମୁଖ୍ୟବକ୍ତା, ବ୍ଲକ ଉପ-ସଭାପତି ସାଗର ଧରୁଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜାତି ଭାଇମାନଙ୍କୁ ସମାଜର ରୀତିନୀତି, ଚାଲିଚଳନ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଓ ସମାଜର ଉନ୍ନତି ପାଇଁ ସମସ୍ତେ ଏକାଠି ହୋଇ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଦିଆଯାଉଥିବା ଜାତି ପ୍ରମାଣ ପତ୍ରରେ ଷଡବଂଶୀ ୪୫୦୦ ଘର ଗଣ୍ଡଜାତି ନ ଥିବାରୁ ତା ଉପରେ ଆଲୋଚନା କରାଯାଇଥିଲା । ଏହି ସଭାରେ ଉପସ୍ଥିତ ଜାତିଭାଇମାନେ ବ୍ଲକରେ ଦିଆଯାଉଥିବା ବିବାହ ପ୍ରମାଣପତ୍ରରେ ଗୋଣ୍ଡୱାନା ପରିବର୍ତ୍ତେ ୪୫୦୦ ଘର ଗଣ୍ଡ ସମାଜ ପ୍ରମାଣପତ୍ର ଛପାଯିବା ଏବଂ ତାକୁ ପ୍ରଚଳନ କରାଯିବା ପାଇଁ ମତ ଦେଇଥିଲେ । ଏହି ସଭା କାର୍ୟ୍ୟରେ ସହଯୋଗ କରିଥିଲେ ଚୁଡାପାଲି ସର୍କଲର ସଭାପତି ପାକଲା କୁମୁରା, ସଂପାଦକ ହୃଷିକେଶ କୁମୁରା, ସଭ୍ୟ ବିରଞ୍ଚି ମାଝି, ଡୁଡୁକାସିରା ସର୍କଲ ସଭାପତି ଅଚ୍ୟୁତ ଧରୁଆ, ଉପ-ସଭାପତି ସୁଦାମ ଧରୁଆ, ଲୁଚକିବନ୍ଦ ସର୍କଲ ସଂପାଦକ ଦାଶରଥି ନେଟୀ, ସହ-ସଂପାଦକ ଦିବ୍ୟଶଙ୍କର ମାଝି, ପାଟଣାଗଡ ମଣ୍ଡଳର ଲେକୃ ଧରୁଆ, ବଡତେଲେନପାଲି ଗ୍ରାମର ସେବାଦଳ ବୈକୁଣ୍ଠ ଧରୁଆ ଏବଂ ସୁଦାମ ଧରୁଆ । ବଲାଙ୍ଗିର ମଣ୍ଡଳ ସଂପାଦକ ହରିବନ୍ଧୁ ଧରୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ମହାଦେବ ବଡକା । ଶେଷରେ ଧନ୍ୟବାଦ ଦେଇଥିଲେ କିଶୋର ଭୋଇ ।

Leave A Reply

Your email address will not be published.