mahavir

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକଙ୍କ ଜନ୍ମଦିନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ପ୍ରଣେତା ବିଶ୍ୱ ରତ୍ନ ଡଃ. ଭୀମ ରାଓ ଆମ୍ବେଦକରଙ୍କ ପବିତ୍ର ଜନ୍ମ ଦିବସରେ ଡି.ବି.ଏଫ୍‌. ଫାଉଣ୍ଡେସନ ସାଲେପାଲିର ସଭାପତି ପାଣ୍ଡବ ଚରଣ କୁମ୍ଭାରଙ୍କ ସଭାପତିତ୍ୱରେ ଫାଉଣ୍ଡେସନର ସାଧାରଣ ସଂପାଦକ ଆକାଶ ସାଗଙ୍କ ନେତୃତ୍ୱରେ ଅଗଣିତ ଆମ୍ବେଦକର ପ୍ରେମୀମାନେ ଫାଉଣ୍ଡେସନ ଠାରେ ଡଃ. ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଏବଂ ଗୌତମ ବୁଦ୍ଧଙ୍କୁ ପ୍ରାର୍ଥନା କରି ଏକ ବିଶାଳ ପଦଯାତ୍ରା କରିଥିଲେ ଏବଂ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଡଃ. ଆମ୍ବେଦକଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଶ୍ୱର ନନ୍ଦ, ଅର୍ଜୁନ ନାଗ, ଦଣ୍ଡୁଆ କୁମ୍ଭାର, ବିରେନ୍ଦ୍ର ରାଏ, ସୁଶାନ୍ତ କୁମାର ନନ୍ଦ, ରମେଶ ଚନ୍ଦ୍ର ନାଗ, ପ୍ରମୋଦ କୁମାର ବହଦାର, ଲୋକନାଥ ସୁନା, ପ୍ରଭାତ ବାରିକ, ରବି ସୁନା, କ୍ରିଷ୍ଣା ପାତ୍ର, ହରି ନନ୍ଦ, ନବୀନ ବାଗ, ହାରାଧନ କୁମ୍ଭାର, କୁନା ବାଗ, ଡାକ୍ତର ସୁନା, ପ୍ରଭାତ ବାରିକ, ସୁଦାମ ସୁନା, ସମ୍ବୋଦର ମହାନନ୍ଦ, ଶରତ ଦୀପ, ପ୍ରତାପ ସିଂ କୁମ୍ଭାର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.