mahavir

ଓଡ଼ିଆ ପକ୍ଷ ଅବସରରେ “ପାରମ୍ପରିକ ଖାଦ୍ୟ ପାଇଁ ଦିନଟିଏ – ଆମ ରୁଚି, ଆମ ଖାଦ୍ୟ” ପାଳିତ

-ନାରୀ ଶକ୍ତି ବନ୍ଦନ ଅଧିନିୟମ -ନୂତନ ଯୁଗର ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଆ ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପରିଧାନ ଓ ପାରମ୍ପରିକ ଖାଦ୍ୟର ଉତ୍କର୍ଷତା ପ୍ରତିପାଦନ ପୂର୍ବନ ଏହାକୁ ସୁରକ୍ଷିତ ରଖିବା ଓ ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ଠାରୁ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଓଡିଆ ପକ୍ଷ ପାଳନ ତ୍ରୟୋଦଶ ଦିନ ଅବସରରେ ଡେଲାଙ୍ଗ ବ୍ଲକ ପ୍ରଶାସନ ଓ ଗୁଆଳିପଡା ପଂଚାୟତ ମହିଳା ମହାସଙ୍ଘ ପକ୍ଷରୁ ଗୁଆଳିପଡ଼ା ଚଣ୍ଡେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମ‌ବାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧୁକାରୀ ସମୀର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଜେପି ରାଜ୍ୟ ଉପସଭାପତି ଜତିନ୍ ମହାନ୍ତି, ପୁରୀ ଜିଲ୍ଲା ସାଂସଦ ଡ଼. ସମ୍ବିତ ପାତ୍ର, ସ୍ଥାନୀୟ ବିଧାୟନ ଆଶ୍ରିତ ପଟ୍ଟନାୟକ, ପ୍ରାକ୍ତନ ସୂଚନା ଆୟୁକ୍ତ ଶଶୀପ୍ରଭା ବିନ୍ଧାଣୀ, ପ୍ରାକ୍ତନ ଏନ୍‌ଟିପିସି ନିର୍ଦ୍ଦେଶକ କୁଳମଣି ବିଶ୍ଵାଳ, ରାଜ୍ୟ ପ୍ରଗତିଶୀଳ ମହିଳା ମଂଚ ଅଧକ୍ଷା ମମତା ସାମନ୍ତରାୟ, ସଂଗୀତ କଳା ବିଶାରଦ ରୁଦ୍ରନାରାୟଣ ମହାନ୍ତି, ଏବିଡ଼ିଓ ନୀଳଶୈଳ ସ୍ୱାଇଁ, ଡେଲାଙ୍ଗ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ବିଜେପିର ପୁରୀ ଜିଲ୍ଲା ସମ୍ପାଦକ ଗଙ୍ଗାଧର ବରାଳ, ବ୍ଲକ ଶିଶୁ ବିକାଶ ଅଧୁକାରୀ ଜାପାନୀ ମିତ୍ର, ଜୀବିକା ମିଣନ ପ୍ରକଳ୍ପ ପରିଚାଳିକା (ବିପିଏମ୍‌)ବବିତା ଜେନା ଗୁଆଳିପଡ଼ା ଫଳାୟତ ମହିଳା ମହାସଂଘ ସଭାପତି ଲିଳିମା ମଞ୍ଜଳୀ ସାହୁ, ସମ୍ପାଦିକା ଶୁଭଲକ୍ଷ୍ମୀ ସ୍ବାଇଁ, ବ୍ଲକ ଆତ୍ମା ଅଧ୍ୟକ୍ଷ ଲଡ଼ୁକିଶୋର ରାୟ ପ୍ରମୁଖ ଉପସ୍ଥିତ ରହି “ଓଡ଼ିଆ ପକ୍ଷ” ପାଳନର ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ପାର୍ଲାମେଣ୍ଟର ସ୍ୱତନ୍ତ୍ର ୩ ଦିନିଆ ଅଧିବେଶନରେ ଅନୁମୋଦନ ହେବାକୁ ଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ଅନୁଯାୟୀ ମହିଳା ମାନଙ୍କ ପାଇଁ ଶତକଡା ୩୩% ଭାଗ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ଏବଂ ମାତୃଶକ୍ତିର ବିକାଶ ହେଲେ ଦେଶର ବିକାଶ ସମ୍ଭବ ହେବ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଏହି ସଂରକ୍ଷଣ ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଟୋଲ ଫ୍ରି ନମ୍ବର ୯୬୬୭୧୬୩୩୩୩ରେ ମିସ୍‌ଧ୍‌କଲ କରି ପ୍ରତ୍ୟେକ ମତାମତ ଦେବାକୁ ସାଂସଦ ଡ. ପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପ୍ରାକ୍ତନ କୃତି ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ଦ୍ୱାରା ରଚିତ ତଥା ଶିଶୁ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ “ମୋ ମା ନମୋ” (ମୋହନ ମାଝୀ ନରେନ୍ଦ୍ର ମୋଦୀ) ଶୀର୍ଷକ ନଦିଆ ସଂକୀତ୍‌ର୍ତ୍ତନ ମଞ୍ଚ ପରିବେଶକୁ ରୁଦ୍ଧିମନ୍ତ କରିଥିଲା । ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଓ ଆଞ୍ଚଳିକ ସାଧନ ସଂଯୋଜକ ସୁଦୀପ୍ତ ପରିଡା ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଆବୃତ୍ତି କରିଥିଲେ, ସେହିପରି ଓଡିଆଙ୍କ କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟକୁ ଉଜ୍ଜୀବିତ ରଖୁବା ପାଇଁ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀ, ମହାସଂଘ ଓ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ଝୋଟି କଳାକୃତି ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ଗୁଡିକ ପ୍ରଦର୍ଶିତ ଓ ପ୍ରସ୍ତୁତ କରାଯାଇଥିଲା । ସେମାନଙ୍କ ଦ୍ୱାରା ମାଣ୍ଡିଆ ପୋଡ଼ପିଠା, ଇଟିଲି, ଆରିସା ପିଠା, ମାଣ୍ଡିଆ ଦହିପଣା, ପୋଡପିଠା, ହାଲୁଆ, ମଟର ତରକାରୀ, ଡାଲେମା, ଚକୁଳି ପିଠା, ଖେଚେଡ଼ି, ଅନ୍ନ, ଶାଗ ଭଜା, ବଡି ଭଜା, ରାଶି କୋରା, ଚିତଉପିଠା, ମଣ୍ଡା ପିଠା, ଗଇଁଠା ପିଠା, ରାଶିଲଡ଼ୁ, ଚାଉଳ କ୍ଷୀରୀ, ନଡିଆ ପିଠା, ହାଣ୍ଡିପିଠା, କାଞ୍ଜି, ମୁଠି ମୁଆଁ, ସରୁ ଚକୁଳି, ସେକାବରା ପ୍ରଭୃତି ୭ରୁ ଅଧିକ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ଓ ପରିବେଷଣ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ଏହି ସମସ୍ତ ଖାଦ୍ୟର ସ୍ୱାଦ ଗ୍ରହଣ କରି ମହିଳାମାନଙ୍କ ପ୍ରୟାସକୁ ବହୁ ପ୍ରଶଂସା ମଧ୍ୟ କରିଥିଲେ । ଏହି ପାରମ୍ପରିକ ଖାଦ୍ୟ ଦିବସ ପାଳନ ମାଧ୍ୟମରେ ଆମ ମୂଳ ସଂସ୍କୃତି ଓ ପାରମ୍ପରିକ ଖାଦ୍ୟପ୍ରତି ଜନମାନସରେ ସଚେତନତା ସୃଷ୍ଟି ହୋଇଥିବା ସହ ଏହାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏକ ସଫଳ ପ୍ରୟାସ ସରକାରଙ୍କ ପକ୍ଷରୁ କରାଯାଉଛି ।

Leave A Reply

Your email address will not be published.