mahavir

କେସିଙ୍ଗା ନଗର ବିଜେପି ତରଫରୁ ୧୩୫ ତମ ବାବା ସାହେବ ଡଃ ବି. ଆର ଆମ୍ବେଦକର ଜୟନ୍ତୀ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ୧୩୫ ତମ ବାବା ସାହେବ ଡଃ. ବି. ଆର. ଆମ୍ବେଦକର ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ପାଳିତ ହୋଇଯାଇଛି । କେସିଙ୍ଗା ଆମ୍ବେଦକର ଛକ ନିକଟରେ ବାବା ସାହେବ ଡାଃ. ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପିତ କରି, ଅଗରବତୀ ଓ ମହମବତୀ ଲଗାଇ, ପୁଷ୍ପ ମାଳା ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ ଜିଲ୍ଲା ସଂଯୋଜକ ସନ୍ତୋଷ ଦାସ, ପୂର୍ବତନ ନଗର ସଭାପତି ମଗନ ସିନ୍ଦୁର, ଅରୁଣ ଅଗ୍ରୱାଲ, ପ୍ରୀତେଶ ପଟେଲ, ବିମଳ ବାଗ, ସୁନୀଲ ଜୈନ, କମଳାକାନ୍ତ ସାହୁ, ଶଙ୍କର ଗର୍ଗ, ମଣ୍ଟୁବର୍ମା, ଅନିଲ ସାହୁ ଓ ନବୀନ ରାଓ ।

Leave A Reply

Your email address will not be published.