ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଆୟୋଜିତ

  • ଶିଶୁବାଟିକା ଶିକ୍ଷାର ଦ୍ୱିତୀୟ ସୋପାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକାର ଦ୍ୱିତୀୟ ସୋପାନ କାର୍ଯ୍ୟକ୍ରମରେ ଅଭିଭାବକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଆୟୁର୍ବେଦ ଡାକ୍ତର ବିଷ୍ଣୁପ୍ରିୟା ସେଠୀ ଯୋଗ ଦେଇ ଶିଶୁ ମନ୍ଦିର ଶିକ୍ଷା ଦ୍ଵାରା ଶିଶୁ କେବେ କୁପଥଗାମୀ ହେବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ଶିଶୁ ମାନଙ୍କ ଦୈନନ୍ଦିନ ଜୀବନରେ ଶିଶୁଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ ଶିଶୁବାଟକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ଯୋଗ ଦେଇ ସମଗ୍ର ବିକାଶରେ ବାପାମାଆଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ଶ୍ରୀମତୀ ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟା ବି. ସୁଶୀଳା ଗୁରୁମା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଶିଶୁ ବାଟିକା ସଂପର୍କିତ ଖାଦ୍ୟଦ୍ରବ୍ୟର ପ୍ରଦର୍ଶନୀ ସମାରୋହ ଅଭିଭାବକ ଅଭିଭାବିକାମାନେ ଦେଖି ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଶିଶୁବାଟିକାର ସମସ୍ତ ଅଭିଭାବକ ଓ ଅଭିଭାବିକା ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Leave A Reply

Your email address will not be published.