ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ଯୋଗାଣ ସହାୟକ ସଂଘର ବିଭିନ୍ନ ସମସ୍ୟାକୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏ ସମ୍ପର୍କରେ ଏକ ଲିଖିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ଯୋଗାଣ ସହାୟକଙ୍କ ଚାକିରିକୁ ନିୟମିତ କରଣ ସମ୍ବନ୍ଧରେ ସ୍ଵତନ୍ତ୍ର ଭାବରେ ଆଲୋଚନା କରାଯାଇଛି । ତତ୍ ସହିତ ବିଭିନ୍ନ ପଞ୍ଚାୟତରେ ଦୀର୍ଘ ବର୍ଷ ଧରି ଯୋଗାଣ ସହାୟକମାନେ ନିଯୁକ୍ତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ୱଳ୍ପ ଦରମାରେ ବହୁତ ଅସୁବିଧାରେ କାଳାତୀପାତ କରୁଥିବାର ଅନେକ ସମୟରେ ଅଭିଯୋଗ ଆଣିଛନ୍ତି । ଏଣୁ କରି ଏ ସମ୍ପର୍କରେ ସାଂସଦଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି । ଉକ୍ତ ଦାବୀକୁ ଗମ୍ଭୀରତାର ସହ ଉପସ୍ଥାପନ କରିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.