ଗନ୍ଧମାର୍ଦ୍ଦନରେ ଫସିଥିବା ୭ଜଣଙ୍କୁ ପୁଣି ଉଦ୍ଧାର କଲେ ପାଇକମାଲ ଦମକଳ ବାହିନୀ, ଜଙ୍ଗଲ ଓ ପୋଲିସ କର୍ମଚାରୀ ଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତରେ ପୁଣି ଫସିଥିବା ଭକ୍ତ ମାନଙ୍କୁବହୁତ କଷ୍ଟରେ ଶନିବାର ଉଦ୍ଧାର କରିଛନ୍ତି ପାଇକମାଲର ଦମକଳ କର୍ମଚାରୀ, ବନବିଭାଗ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ । ପ୍ରକାଶଥାଉକି ଶନିବାର କଳାହାଣ୍ଡି ଜିଲ୍ଲା, ନର୍ଲା ଥାନା, ଗଡ଼ବନ୍ଧ ଗ୍ରାମର ଗୋଟିଏ ପରିବାରର ଗୌରାଙ୍ଗ ନାୟକ, ଭାଗ୍ୟଧର ନାୟକ, ଶାନ୍ତି ନାୟକ, ଯଶୋଦା ନାୟକ, ରାଜେନ୍ଦ୍ର ନାୟକ, ଧର୍ମେନ୍ଦ୍ର ନାୟକ, ଓ ମୋହନ ନାୟକ ନୃସିଂହନାଥ ଆସି ଅସ୍ତି ପ୍ରବାହ କରିଥିଲେ । ଏହି କାମ ସାରି ହରିଶଙ୍କର ମନ୍ଦିର ଦର୍ଶନ କରିବା ପାଇଁ ନୃସିଂହନାଥ ମନ୍ଦିରରୁ ବାହାରି ଗନ୍ଧମାର୍ଦ୍ଦନ ପର୍ବତକୁ ଚଢ଼ିଥିଲେ । ଅଧାବାଟ ଯିବା ପରେ ଭୀମମଣ୍ଡୁଆ ପାଖରେ ବାଟବଣା ହୋଇ ଜଙ୍ଗଲ ଭିତରକୁ ପଶି ବାହାରି ପାରି ନଥିଲେ । ହେଲେ ସେମାନେ କାହାପାଖରୁ ନୃସିଂହନାଥ ବନ ବିଭାଗ ଫରେଷ୍ଟର ରମେଶ ପ୍ରଧାନଙ୍କୁ ଏନେଇ ଫୋନ କରିଥିଲେ । ଶ୍ରୀ ପ୍ରଧାନ, ତାଙ୍କ ସହଯୋଗୀ ତୁଳାରାମ ବାର୍ଲା, ରାଜା ତାଣ୍ଡି, ପିତାମ୍ବର ଦଣ୍ଡସେନା, ନରୋତ୍ତମ ଭୋଇ ସହ ଦମକଳବିଭାଗର ଆଇଆଇସି ଭରତ କୁମାର ସିଂ, ତାଙ୍କ କର୍ମଚାରୀ ଗିରିଧାରୀ ଦଣ୍ଡସେନା, ଶେଷଦେବ ପୁଟେଲ, ବିକାଶ ସୋରେନ, ରାଜେଶ ଛୋଟେଇ, ମନିଲ ବଂଛୋର ଓ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଭୀମମଣ୍ଡୁଆକୁ ଚଢ଼ି ବାଟବଣା ନାୟକ ପରିବାରକୁ ଉଦ୍ଧାର କରିଥିଲେ । ପ୍ରଥମେ ଦମକଳ କର୍ମଚାରୀମାନେ ନାୟକ ପରିବାରକୁ ଠାବ କରି ବିସ୍କୁଟ, ପାଣି ଖାଇବାକୁ ଦେଇ ଥିଲେ । ବୟସ୍କା ଗୌରାଙ୍ଗଙ୍କ ହୋସ ନ ଥିବା ବେଳେ ତାଙ୍କୁ କିଛି ବାଟ ବୋହିକରି ଆଣିଥିଲେ ଦମକଳ କର୍ମଚାରୀ । କପିଳଧାର ଜଳପ୍ରପାତ ଯାଏଁ ଚାଲି ଚାଲି ଆସିବା ପରେ ସମସ୍ତଙ୍କୁ ନୃସିଂହନାଥ ଯାଏଁ ଗାଡ଼ିରେ ଅଣାଯାଇଥିଲା । ତାପରେ ସେମାନଙ୍କୁ ପାଇକମାଲ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ତାଙ୍କୁ ନୂଆପଡା ରେଳଷ୍ଟେସନରେ ଛାଡି ଦିଆଯାଇଥିଲା । ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ବନବିଭାଗ ତରଫରୁ ବାଟ ଚଲା ରାସ୍ତାରେ ସାଇନବୋର୍ଡ଼ ଦେବା ପାଇଁ ଦାବୀ ହୁଏ ।

Leave A Reply

Your email address will not be published.