ବରଗଡ, (ମୁନ୍ନା ସାହୁ) : ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ବରଗଡ଼ ଜିଲ୍ଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି । ଶେଷରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଅଧ୍ୟକ୍ଷ ସାହୁ କଲେଜରେ କାର୍ଯ୍ୟରତ ଅଧ୍ୟାପିକା ସଙ୍ଗୀତା ବରିହାଙ୍କୁ ଜାତିଆଣ ଓ ମାନସିକ ନିର୍ଯାତନା ଦେଉଥିଲେ । ଏନେଇ ଅଧ୍ୟାପିକା ବରିହା ଗତ ମାର୍ଚ୍ଚ ୧୫ରେ ଝାରବନ୍ଧ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ହେବା ଦିନଠାରୁ ଅଧ୍ୟକ୍ଷ ସାହୁ ଫେରାର ଥିଲେ । ଗୁରୁବାର ଝାରବନ୍ଧ ପୋଲିସ ନୂଆପଡ଼ାରୁ ଠାବ କରି ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ କେସ୍ ନଂ- ୪୧ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପଦ୍ମପୁର ଜେଲ୍କୁ ପଠାଇ ଦିଆଯାଇଛି । ଅନ୍ୟ ଅଭିଯୁକ୍ତ ଲାଇବ୍ରେରିଆନ୍ ଚିନ୍ତାମଣି ମିଶ୍ର ମଧ୍ୟ ଫେରାର ଥିବା ପୋଲିସ ସୂଚନା ଦେଇଛି ।